ଝାରସୁଗୁଡା ସଦର ଥାନା ଅନ୍ତର୍ଗତ ବୁଢୀପଦର ସ୍ଥିତ ଓଡିଶା ମେଟାଲିକ୍ସ ପ୍ରାଇଭେଟ ଲିମିଟେଡ଼ କାରଖାନାରେ ଅଘଟଣ। କାମ କରିବା ବେଳେ ଶ୍ରମିକଙ୍କ ଉପରେ ଖସି ପଡ଼ିଲା ଷ୍ଟ୍ରକ୍‌ଚର। ଫଳରେ ଘଟଣା ସ୍ଥଳରେ ଦୁଇ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ୫ଜଣ ଗୁରୁତର ହୋଇ ସ୍ଥାନୀୟ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଏହି ଘଟଣାକୁ ନେଇ ଶ୍ରମିକମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ଷ୍ଟ୍ରକ୍‌ଚର କିଭଳି ଓ କେଉଁ ପରିସ୍ଥିତିରେ ଖସିଲା ତାହାର କାରଣ ଜଣାପଡ଼ିନାହିଁ।

Leave a Reply

Your email address will not be published. Required fields are marked *