ରାଜ୍ୟରେ ବର୍ଷା ନେଇ ଆସନ୍ତା କାଲି ସକାଳ ଯାଏଁ ୨ ଜିଲ୍ଲାକୁ ଅରେଞ୍ଜ ଓ ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ । ଅତି ପ୍ରବଳ ବର୍ଷା ନେଇ ସୁନ୍ଦରଗଡ଼ ଓ କେନ୍ଦୁଝରକୁ ଅରେଞ୍ଜ ଆଲର୍ଟ ଜାରି ହୋଇଥିବା ବେଳେ ମୟୂରଭଞ୍ଜ, ଦେବଗଡ଼, ସମ୍ବଲପୁର, ବରଗଡ଼, ଝାରସୁଗୁଡ଼ା ଓ ଅନୁଗୁଳକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।

୧୭ ତାରିଖରୁ ରାଜ୍ୟରେ ବର୍ଷାର ପରିମାଣ ହ୍ରାସ ପାଇବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ବର୍ଷାରେ କିଛି ସ୍ଥାନରେ ସାମୟିକ ପାଣି ଜମିବା ସହ ଭୂସ୍ଖଳନ ହୋଇପାରେ । କଚା ଘର ଭାଙ୍ଗିବା ସହ ରାସ୍ତାରେ ଯାତାୟାତ ସମସ୍ୟା ହୋଇପାରେ ।

ସେପଟେ ଗତ ୨୪ ଘଣ୍ଟାରେ ବାଲେଶ୍ୱରର ଭୋଗରାଇରେ ସର୍ବାଧିକ ୧୨୫ ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ ରାଜଘାଟରେ ୧୧୮.୮ ମିମି ଓ ଜଳେଶ୍ୱରରେ ୯୭ ମିମି ବର୍ଷା ରେକର୍ଡ କରାଯାଇଛି। ମୟୂରଭଞ୍ଜ ଜିଲ୍ଲାର ସୁଳିଆପଦାରେ ୧୦୮ ମିମି ବର୍ଷା ହୋଇଥିବା ବେଳେ ରାସଗୋବିନ୍ଦପୁରରେ ୮୩, ବେତନଟୀରେ ୮୨, ଚାନ୍ଦୁଆରେ ୮୨, କପ୍ତିପଦାରେ ୮୧, ଜାମସୋଳାଘାଟରେ ୮୦, ବାଙ୍ଗିରିପଷିରେ ୭୬, ସାରସକଣାରେ ୭୫ ଓ ବିଜତଳାରେ ୭୪ ମିମି ବର୍ଷା ରେକର୍ଡ କରାଯାଇଛି। ସେହିପରି ସୁନ୍ଦରଗଡ଼ର ଟେନସାରେ ୮୬.୮ ମିମି ବର୍ଷା ରେକର୍ଡ ହୋଇଛି।

Leave a Reply

Your email address will not be published. Required fields are marked *