ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସୁଥିବା ବେଳେ ଭୁବନେଶ୍ବରରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପାଇଁ ୮୧ ପ୍ଲାଟୁନ୍‌ ଫୋର୍ସ ମୁତୟନ ହେବେ। ଏ ନେଇ ପୋଲିସ କମିଶନର ସଞ୍ଜୀବ ପଣ୍ଡା ସୂଚନା ଦେଇଛନ୍ତି। ୧୧ ଡିସିପି ଶ୍ରେଣୀର ଅଧିକାରୀ, ୨୨ ଅତିରିକ୍ତ ଡିସିପି, ୬୬ ଏସିପି, ୧୦୦ ଆଇଆଇସି, ୩୦୦ ବରିଷ୍ଠ ପୋଲିସ ଅଧିକାରୀ ମୁତୟନ ହେବେ। ବିମାନବନ୍ଦରଠୁ ଜନତା ମୈଦାନ ଓ ଗାଡ଼କଣ ପର୍ଯ୍ୟନ୍ତ ନୋ ଫ୍ଲାଇଂ ଜୋନ୍‌ ରହିବ। ବ୍ୟାପକ ମହିଳା ପୋଲିସ ସହ ସାଦା ପୋଷାକରେ ରହିବେ ପୋଲିସ। ଓଡ୍ରାଫ, ୬ କମ୍ପାନୀ ସିଆରପିଏଫ୍‌ ମଧ୍ୟ ମୁତୟନ ରହିବେ। ମୋଦି ଜନତା ମୈଦାନରେ ବିଭିନ୍ନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ।

Leave a Reply

Your email address will not be published. Required fields are marked *