40765392 - scholarship word cloud, education concept

ବିଧାନସଭାରେ ଉପସ୍ଥାପନ ହୋଇଥିବା ସିଏଜି ରିପୋର୍ଟରେ ଦର୍ଶାଯାଇଛି ଯେ, ଜାଲ ପ୍ରମାଣପତ୍ରରେ ଏସ୍‌ସି/ଏସ୍‌ଟି ପିଲାଙ୍କ ପାଇଁ ଉଦ୍ଦିଷ୍ଟ ୯୭ ଲକ୍ଷର ବୃତ୍ତି ଟଙ୍କା ହଡପ ହୋଇଛି। ଜିଲ୍ଲା କଲ୍ୟାଣ ଅଧିକାରୀ ଯାଞ୍ଚ ନକରିବାରୁ ୯୭.୩୨ ଲକ୍ଷ ଟଙ୍କା ହଡ଼ପ ହୋଇଥିବା ଦର୍ଶାଯାଇଛି। ନକଲି ଆୟ ପ୍ରମାଣପତ୍ର ଦେଖାଇ ୪୮ ଜଣ ପିଲା ବୃତ୍ତି ଟଙ୍କା ନେଇ ଯାଇଛନ୍ତି। ଅନୁବନ୍ଧିତ ହୋଇନଥିବା କିଛି ଶିକ୍ଷାନୁଷ୍ଠାନ ମଧ୍ୟ ବୃତ୍ତି ଟଙ୍କା ନେଇଯାଇଥିବା ଜଣାପଡିଛି। ଅନ୍ୟପକ୍ଷରେ ୩୮ଟି ଶିକ୍ଷାନୁଷ୍ଠାନର ୫୬୬୦ ପିଲାଙ୍କୁ ବେଆଇନ ଭାବେ ୧୮ କୋଟି ଟଙ୍କା ମଧ୍ୟ ଦିଆଯାଇଥିଲା।

Leave a Reply

Your email address will not be published. Required fields are marked *