ବଡ଼ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଉତ୍ତର ପ୍ରଦେଶର କାନପୁରରେ ‘କାଳିନ୍ଦୀ ଏକ୍ସପ୍ରେସ୍‌ । ପ୍ରୟାଗରାଜରୁ କାନପୁର ହୋଇ ଭିଓ୍ଵାନୀ ଯାଉଥିବା କାଳିନ୍ଦୀ ଏକ୍ସପ୍ରେସ୍‌ (୧୪୧୧୭) ଶିବରାଜପୁର ଅଞ୍ଚଳ ଅତିକ୍ରମ କରୁଥିବା ବେଳେ ରେଳ ଧାରଣା ଉପରେ ରଖାଯାଇଥିବା ଏକ ଗ୍ୟାସ ସିଲିଣ୍ଡରକୁ ଧକ୍କା ଦେଇଥିଲା। ଗ୍ୟାସ ସିଲିଣ୍ଡରକୁ ଧକ୍କା ଦେବା ପରେ ଟ୍ରନ କିମ୍ବା କୌଣସି ଯାତ୍ରୀଙ୍କ କୌଣସି କ୍ଷତି ହୋଇନଥିବା ସୂଚନା ମିଳିଛି । ଲୋକୋ ପାଇଲଟ୍‌ଙ୍କ ସୂଚନା ପରେ ଆର୍‌ପିଏଫ୍‌ ଇନ୍ସପେକ୍ଟର ଯାଞ୍ଚ ପାଇଁ ପହଞ୍ଚିଥିଲେ ।

ଅନ୍ୟପଟେ ଏହି ଅଘଟଣା ପରେ ରେଳଧାରଣା ଉପରୁ ଏଲ୍‌ପିଜି ସିଲିଣ୍ଡର, ପେଟ୍ରୋଲ ଭର୍ତ୍ତି ବୋତଲ ଏବଂ କିଛି ବାରୁଦ ମିଳିବା ପରେ ଏହା ପଛରେ କୌଣସି ବଡ଼ ଷଡ଼ଯନ୍ତ୍ର ଥିଲା ବୋଲି କାନପୁର ପୁଲିସ ସନ୍ଦେହ କରୁଛି।

Leave a Reply

Your email address will not be published. Required fields are marked *