ରେଭେନ୍ସା ବିଶ୍ୱବିଦ୍ୟାଳୟର ନାଁ ପରିବର୍ତ୍ତନ ପ୍ରସଙ୍ଗ ନେଇ ଆଜି ବିଧାନସଭାରେ ବିଜେଡି ହଟ୍ଟଗୋଳ କରିଛି । ଏହି ପ୍ରସଙ୍ଗକୁ ନେଇ ବାଚସ୍ପତିଙ୍କ ପୋଡିୟମ ତଳେ ନାରାବାଜି କରିଛି ବିଜେଡି। ଆଜି ଗୃହରେ ଏହି ପ୍ରସଙ୍ଗ ଉଠାଇ ନିଜର ସୁରକ୍ଷା ଦାବି କରିଛନ୍ତି ବିଜେଡି ବିଧାୟକ ବ୍ୟୋମକେଶ ରାୟ। ସୂଚନାଯୋଗ୍ୟ, ରେଭେନ୍ସା ବିଶ୍ୱବିଦ୍ୟାଳୟର ନାଁ ପରିବର୍ତ୍ତନ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଦେଇଥିବା ବିବାଦୀୟ ବୟାନ ବିରୋଧରେ ରେଭେନ୍ସା ଆଲୁମିନି ଓ ପୁରାତନ ଛାତ୍ରଛାତ୍ରୀ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ଶୋଭାଯାତ୍ରା କରିଥିଲେ। ଏଥିରେ ବିଜୁ ଜନତା ଦଳର ନେତା ବ୍ୟୋମକେଶ ରାୟ, ବିଧାୟକ ଡ. ଲେନିନ ମହାନ୍ତି ଓ ଛାତ୍ର ନେତା ଆକ୍ରମ ଖାଁଙ୍କ ବିରୋଧରେ ମିଥ୍ୟା ଅଭିଯୋଗ ଆଣି ଏତଲା କରାଯାଇଥିଲା। ଏହି ପ୍ରସଙ୍ଗରେ ବ୍ୟୋମକେଶ ରାୟଙ୍କ ନାଁରେ ଆର୍ମସ ଆକ୍ଟ ଲଗାଯାଇ ମଶାଲ ଶୋଭାଯାତ୍ରାରେ ଯୋଗଦାନ ନେଇ ଅଭିଯୋଗ ଆସିଥିବା କହିଛନ୍ତି। ଏପରିକି ବନ୍ଧୁକ ଧରି ଶୋଭାଯାତ୍ରାରେ ସାମିଲ ହୋଇଥିବା ନେଇ ମଧ୍ୟ ଅଭିଯୋଗ ଆସିଛି। ତେଣୁ ଏଭଳି ମିଥ୍ୟା ଅଭିଯୋଗ ଲାଗି ଡିସିପି ଓ ଇନସ୍ପେକ୍ଟରଙ୍କ ବିରୋଧରେ ସ୍ବାଧୀକାର ଭଙ୍ଗ ନୋଟିସ ଅଣାଯାଉ ବୋଲି ବିଧାୟକ ଶ୍ରୀ ରେ କହିଛନ୍ତି। ସେ କହିଛନ୍ତି, ପିଲାଙ୍କ ଅନୁରୋଧକ୍ରମେ ଶୋଭାଯାତ୍ରାରେ ସାମିଲ ଥିଲେ। ରେଭେନ୍ସା ଲନ୍ରେ ବୈଠକ ବସିଥିଲା । କଲେଜ ଛକରୁ ରାଣୀହାଟ ପର୍ଯ୍ୟନ୍ତ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଏ ସରକାର ଏତେ ଅସହିଷ୍ଣୁ କାହିଁକି ବୋଲି ଶ୍ରୀ ରାୟ ପ୍ରଶ୍ନ କରିଛନ୍ତି। Post navigation କେନ୍ଦୁଝର ଜେଲ୍ ସୁପରିଣ୍ଟେଣ୍ଡେଣ୍ଟଙ୍କ ଘରେ ଭିଜିଲାନ୍ସ ଚଢ଼ଉ ରାଜ୍ୟସଭାରୁ ସୁଜିତ କୁମାରଙ୍କ ଇସ୍ତଫା; ବିଜେଡିରୁ ବହିଷ୍କୃତ