ସୁଭଦ୍ରା ଯୋଜନାରେ ଫର୍ମ ଆବେଦନ ଆରମ୍ଭ ହେବାକୁ ଥିବା ବେଳେ ଦ୍ୱନ୍ଦ୍ୱ ଦୂର କଲେ ଜନସେବା କେନ୍ଦ୍ର କାର୍ଯ୍ୟକାରୀ ମୁଖ୍ୟ। ଘରେ ରହି ଅନଲାଇନରେ ଶୁଭଦଦ୍ରା ଯୋଜନାର ଆବେଦନ କରିପାରିବେନି ବୋଲି କହିଛନ୍ତି। କେବଳ ଜନ ସେବା, ମୋ ସେବା କେନ୍ଦ୍ରରେ ଆବେଦନ ହୋଇପାରିବ। ଆବେଦନ ପାଇଁ ଆଜି ସନ୍ଧ୍ୟାରୁ ପୋର୍ଟାଲ ଖୋଲିବାକୁ ଥିବାବେଳେ ଏବେଠୁ କେନ୍ଦ୍ରରେ ଏବେଠୁ ଭିଡ଼ ଲଗାନ୍ତୁନି ବୋଲି କହିଛନ୍ତି।

ଆବେଦନ ପାଇଁ କୌଣସି ଶେଷ ତାରିଖ ଘୋଷଣା ହୋଇନାହିଁ। ଶେଷ ଆବେଦନକାରୀ ଥିବା ଯାଏଁ ଫର୍ମ ଗ୍ରହଣ ଜାରି ରହିବ ବୋଲି କହିଛନ୍ତି। ଜନସେବା କେନ୍ଦ୍ର ସହ ଅଙ୍ଗନବାଡି କର୍ମୀଙ୍କ ପାଖରେ ଫର୍ମ ଉପଲବ୍ଧ ହେଉଛି। ମୋବାଇଲ, ଆଙ୍ଗୁଠି ଛାପ, ମୁହଁ କିମ୍ବା ଆଖି ଡୋଳା ଦ୍ବାରା ଅଥେଣ୍ଟିକେସନ କରାଯିବ। ଆଧାର ଅପଡେଟ୍‌ କରାଇବାକୁ ଜନସେବା କେନ୍ଦ୍ରରେ ଭିଡ଼ ଜମାନ୍ତୁନି। ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ସ୍ବତନ୍ତ୍ର କ୍ୟାମ୍ପରେ ଫର୍ମ ଗ୍ରହଣ ବ୍ୟବସ୍ଥା କରାଯାଇଛି ବୋଲି କହିଛନ୍ତି।

ଏହି ଯୋଜନା ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଉପଲକ୍ଷେ ଶୁଭାରମ୍ଭ ହେବ। ବର୍ଷକୁ ୨ଟି କିସ୍ତିରେ ୧୦ ହଜାର ଲେଖାଏଁ ୫ ବର୍ଷରେ ୫୦ ହଜାର ଟଙ୍କା ମିଳିବ। ୨୧ରୁ ୬୦ ବର୍ଷ ମଧ୍ୟରେ ମହିଳା ଏହି ଯୋଜନାର ଲାଭ ଉଠାଇ ପାରିବେ।

Leave a Reply

Your email address will not be published. Required fields are marked *