ନିର୍ବାଚନ ପୂର୍ବରୁ ଗତ ବିଜେଡି ସରକାର ଝୋଟ ବ୍ୟାଗ୍ ବଣ୍ଟନ ପାଇଁ କେତେ ଟଙ୍କା ଖର୍ଚ୍ଚ କରିଥିଲେ ସେ ନେଇ ତଥ୍ୟ ଆସିଛି । ନିର୍ବାଚନ ପୂର୍ବରୁ ସରକାର ବାଣ୍ଟିଥିବା ଝୋଟ ବ୍ୟାଗ ଖର୍ଚ୍ଚର ତଥ୍ୟ ଶୁଣିଲେ ହୋସ ଉଡିଯିବ। ଝୋଟ ବ୍ୟାଗ୍ ବଣ୍ଟନରେ ୨୪୭ କୋଟି ୩୬ ଲକ୍ଷ ଖର୍ଚ୍ଚ ହୋଇଛି। ବିଧାନସଭାରେ ଅମରେନ୍ଦ୍ର ଦାସଙ୍କ ପ୍ରଶ୍ନରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଲିଖିତ ଉତ୍ତର ଦେଇଛନ୍ତି। ୨ଟି ବ୍ୟାଗ୍ ସହ ପରିବାର ପିଛା ୧ ହଜାର ଟଙ୍କା ବଣ୍ଟାଯାଇଥିବା ସୂଚନା ମିଳିଛି। ୧ ହଜାର ଟଙ୍କା ବଣ୍ଟନରେ ଖର୍ଚ୍ଚ ହୋଇଛି ମୋଟ ୯୫୯ କୋଟି ୫ ଲକ୍ଷ ଖର୍ଚ୍ଚ ହୋଇଛି । ନିର୍ବାଚନ ପୂର୍ବରୁ ପରିବାର ପିଛା ୨ଟି ବ୍ୟାଗ୍, ୧ ହଜାର ଟଙ୍କା ବଣ୍ଟାଯାଇଥିଲା।