ଆଜି ସାରା ରାଜ୍ୟ ପାଳୁଛି ସ୍ୱାୟତ୍ତ ଶାସନ ଦିବସ। ସ୍ୱାୟତ୍ତ ଶାସନ ଦିବସ ଅବସରରେ ମାନନୀୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଭାସୀ ମାଧ୍ୟମରେ ସମଗ୍ର ରାଜ୍ୟରେ ୧୧୫୧ କୋଟି ଟଙ୍କାର ୪୮୧ଟି ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ବସିବା ପ୍ରସଙ୍ଗକୁ ନେଇ ମେୟର ସୁଲୋଚନା ଦାସଙ୍କୁ ଅସମ୍ମାନ କରାଯାଇଥିବା ଅଭିଯୋଗ କରାଯାଇଥିବା ସାମ୍ନାକୁ ଆସିଛି। ମେୟର ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ କହିଛନ୍ତି

କାର୍ଯ୍ୟକ୍ରମରେ ମତେ ଅସମ୍ମାନ ଦିଆଯାଇଛି । କାର୍ଯ୍ୟକ୍ରମକୁ ଡାକିଲେ କିନ୍ତୁ ବସିବାକୁ ସିଟ୍‌ ଦେଲେନି ଏହା କେତେ ଦୂର ଠିକ୍।ଅନ୍ୟପଟେ ମେୟର କରିଥିବା ଅଭିଯୋଗ ପରେ ପ୍ରତିକ୍ରିୟା ଦେଇଛନ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ସେ କହିଛନ୍ତି ଆମେ ସବୁବେଳେ ନିରପେକ୍ଷ ଭାବରେ କାର୍ଯ୍ୟ କରୁଛୁ । ବିଭାଗୀୟ ଅଧିକାରୀଙ୍କ ସହିତ ଏନେଇ କଥା ହେବି ।

Leave a Reply

Your email address will not be published. Required fields are marked *