ରାଜ୍ୟ ସରକାର ନୂଆ ଅବକାରୀ ନୀତି ଆଣିଛନ୍ତି। ସନ୍ତା ସେପ୍ଟେମ୍ବର ୧ ତାରିଖରୁ ଲାଗୁ ହେବ ନୂଆ ଅବକାରୀ ନିୟମ। ୨୦୨୫ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଏହି ନିୟମ ବଳବତ୍ତର ରହିବ। ଏହି ନିୟମ ଅନୁଯାୟୀ ଗ୍ରାମାଞ୍ଚଳରେ କୌଣସି ନୂଆ ବିଦେଶୀ ମଦ ଦୋକାନ ଖୋଲିବ ନାହିଁ । କୌଣସି ଡ୍ୟାନ୍ସ ବାର୍ କୁ ଅନୁମତି ଦିଆଯିବ ନାହିଁ । କେବଳ ଥ୍ରୀ ଷ୍ଟାର୍‌ ହୋଟେଲ୍‌କୁ ନୂଆ ବାର୍ ଲାଇସେନ୍ସ ମିଳିବ। ଭାଙ୍ଗ, ତାଡ଼ି, ପୋଚ ପାଇଁ ବି ନିୟମ ଲାଗୁ ହେବ। ଆବଶ୍ୟକୀୟ ଅନୁମତି ପାଇବା ପରେ ବାର୍ ମାନେ ସଙ୍ଗୀତ ପରିବେଷଣ କିମ୍ବା ଅର୍କେଷ୍ଟ୍ରା କରିପାରିବେ। କେବଳ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ବିଚରେ ମଦକୁ ଅନୁମତି ଦିଆଯାଇଛି। ଇକୋ ରିଟ୍ରିଟ୍ ସ୍ଥଳରେ ଓଟିଡିସିକୁ ମଦ ବିକ୍ରି ପାଇଁ ଅସ୍ଥାୟୀ ଲାଇସେନ୍ସ ପ୍ରଦାନ କରାଯିବ। ୨୦୨୪-୨୫ ଆର୍ଥିକ ବର୍ଷରେ ରାଜ୍ୟରେ କୌଣସି ନୂତନ ଠିପି ବନ୍ଦ ବିଦେଶୀ ମଦ ଦୋକାନକୁ ମଞ୍ଜୁରୀ ଦିଆଯିବ ନାହିଁ।

Leave a Reply

Your email address will not be published. Required fields are marked *