କେନ୍ଦ୍ର ଇସ୍ପାତ ସଚିବ ସନ୍ଦିପ ପୌଣ୍ଡ୍ରିକ ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ଓଡିଶାରେ ଇସ୍ପାତ ଶିଳ୍ପର ବିକାଶ ସଂପର୍କରେ ଆଲୋଚନା କରିଛନ୍ତି । ଏହି ଆଲୋଚନାରେ SAIL, NMDC ଓ ଇସ୍ପାତ ବିଭାଗ ଅଧୀନଅନ୍ୟାନ୍ୟ ପବ୍ଲିକ୍ ସେକ୍ଟର ଅଣ୍ଡରଟେକିଙ୍ଗର ଉଚ୍ଚପଦସ୍ଥ ଅଧିକାରୀମାନେ ଯୋଗ ଦେଇଥିଲେ । କେନ୍ଦ୍ର ଇସ୍ପାତ ସଚିବ ସୂଚନା ଦେଇଥିଲେ ଯେ, ରାଉରକେଲା ଷ୍ଟିଲ ପ୍ଲାଣ୍ଟର ସଂପ୍ରସାରଣ କରାଯାଇ ଏହାର ଉତ୍ପାଦନ କ୍ଷମତାକୁ ୪.୫ ମିଲିଅନ ଟନ୍ରୁ ୯ ମିଲିଅନ ଟନ୍କୁ ବୃଦ୍ଧି କରାଯିବ । ଏଥିପାଇଁ ରାଜ୍ୟ ସରକାରଙ୍କ ସହଯୋଗ କାମନା କରିଥିଲେ। ରାଜ୍ୟ ସରକାର ଏଥିନିମନ୍ତେ ସମସ୍ତ ସହଯୋଗ ଯୋଗାଇ ଦେବେ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶୃତି ଦେଇଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ରାଉରକେଲାର ଆଇ.ଜି.ଏଚ୍ ହସ୍ପିଟାଲ ଏବଂ ଅନ୍ୟ ଖଣି ଅଞ୍ଚଳରେ ବିଭିନ୍ନ ବିଭାଗୀୟ PSU ଦ୍ବାରା ପରିଚାଳିତ ହେଉଥିବା ହସ୍ପିଟାଲଗୁଡିକରେ ଅଧିକ ଉନ୍ନତି ଅଣାଯିବା ଆବଶ୍ୟକ। ଏହାଦ୍ବାରା କର୍ମଚାରୀ ଓ ସ୍ଥାନୀୟ ଲୋକମାନେ ଉତ୍ତମ ସ୍ବାସ୍ଥ୍ୟସେବା ପାଇପାରିବେ ବୋଲି ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇ କହିଥିଲେ। କେନ୍ଦ୍ର ଇସ୍ପାତ ମନ୍ତ୍ରାଳୟର ବିଭିନ୍ନ PSU ସଂସ୍ଥା ଯଥା SAIL, OMDC ଆଦି ସଂସ୍ଥା ପକ୍ଷରୁ ସେମାନଙ୍କ କର୍ପୋରେଟ ସାମାଜିକ ଦାୟିତ୍ବ ପାଣ୍ଠି ସହାୟତାରେ ଓଡିଶାରେ ଅଧିକ ଉନ୍ନୟନମୂଳକ କାର୍ଯ୍ୟ କରାଯିବା ଆବଶ୍ୟକ। ବୈଠକରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ, ଇସ୍ପାତ ଓ ଖଣି ବିଭାଗ ଏବଂ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଂଜନ କୁମାର ସିଂହ ଏବଂ ଓଡିଶା ଖଣି ନିଗମର ଅଧ୍ୟକ୍ଷ ସୁରେନ୍ଦ୍ର କୁମାର ଉପସ୍ଥିତ ଥିଲେ। Post navigation ମୁଖ୍ୟମନ୍ତ୍ରୀଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କଲେ ଜେଏସପି ଅଧ୍ୟକ୍ଷ ନବୀନ ଜିନ୍ଦଲ ଏମ୍ବିବିଏସ୍ ପାଠ୍ୟକ୍ରମ ପାଇଁ ଯୋଗ୍ୟ ବିବେଚିତ ବଣ୍ଡା ଜନଜାତି ଛାତ୍ରଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ