ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ ଆରମ୍ଭ ହୋଇଥିବା ବେଳେ ପ୍ରଥମ ଦିନରୁ ବିଧାନସଭା ଶାନ୍ତିଶୃଙ୍ଖଳାରେ ଚାଲିପାରୁନି । ଆଜି ଚତୁର୍ଥ ଦିନରେ ମଧ୍ୟ ବିଧାନସଭାରେ ହଙ୍ଗାମା ଫଳରେ ସାଢେ ୧୧ଟା ଯାଏଁ ଗୃହ ମୁଲତବୀ ରହିଛି । ବିଧାନସଭାରେ ବିଜେଡିର ତୁମୁଳକାଣ୍ଡ ଓ ଅରାଜକତା ଦେଖିବାକୁ ମିଳିଛି। ବାଚସ୍ପତିଙ୍କ ପୋଡିୟମ୍ ଦଖଲ କରିବାକୁ ବିଜେଡିର ଉଦ୍ୟମ। ବାଚସ୍ପତିଙ୍କ ପୋଡ଼ିୟମ ଉପରେ ଚଢ଼ିଗଲେ ବିରୋଧୀ ଦଳର ୨ ସଦସ୍ୟ। ଅବକାରୀ ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ପୋଡ଼ିୟମ ଉପରେ ଚଢ଼ିଲେ। ସୋର ଓ ଦେବଗଡ଼ ବିଧାୟକ ପୋଡ଼ିୟମ ଉପରକୁ ଚଢ଼ି ଯାଇଥିଲେ। କଂଗ୍ରେସ ଓ ବିଜେଡି ବିଧାୟକଙ୍କ ନାରାବାଜି। ଚିକିଟି ମଦମୃତ୍ୟୁକୁ ନେଇ ଗୃହରେ ହୋହଲ୍ଲା ହୋଇଥିଲା। ଫଳରେ ସାଢ଼େ ୧୧ଟା ଯାଏଁ ଗୃହ ମୁଲତଵୀ ଘୋଷଣା କଲେ ବାଚସ୍ପତି।

Leave a Reply

Your email address will not be published. Required fields are marked *