ସିମ୍‌ ବକ୍ସ ମାମଲାରେ ଆଉ ଏକ ଚାଞ୍ଚଲ୍ୟକର ତଥ୍ୟ ଦେଲେ କମିଶନର। ସ୍ମାର୍ଟ ସୁଇଚ୍‌ରେ ଢାକାରେ ବସି ସିମ ବକ୍ସ ଅପରେଟ କରୁଥିଲା ମୁଖ୍ୟ ଅଭିଯୁକ୍ତ ଆସାଦୁର୍‌ ଜମାନ । ଢାକାରେ ଆସାଦୁର ଏକ ସଫ୍ଟଓୟାର କଂପାନୀ ଚଳାଇଥିଲା । ନିଜେ ପ୍ରତିଷ୍ଠା କରିବା ସହ ପରିଚାଳନା କରୁଥିଲା ଆସାଦୁର ଜମାନ ବୋଲି ସୂଚନା ଦେଇଛନ୍ତି କମିଶନର ସଂଜୀବ ପଣ୍ଡା ।

କମିଶନର ଆଉ ମଧ୍ୟ କହିଛନ୍ତି ଭୁବନେଶ୍ବର ଓ ରାଞ୍ଚି ସିମ୍‌ବକ୍ସ ସେଣ୍ଟରକୁ ଡାଇରେକ୍ଟ ଅପରେଟ କରୁଥିଲା । ଅଗରତାଲା ବାଟେ ଆସି ପଶ୍ଚିମବଙ୍ଗ ବାଟେ ଯାଇଛି । ଭାରତରେ ୨ ମାସ ରହିଥିଲା । ଏହାସହ ରାଜୁ ମଣ୍ଡଳକୁ ଏନ୍‌ଆଇଏ ଟିମ୍‌ ଜେରା କରିଛି । ଆଉ ଜେରା କରିପାରେ । ରାଜୁ ମଣ୍ଡଳକୁ ଆଉ ୭ ଦିନ ରିମାଣ୍ଡରେ ଆଣିବାକୁ ଆବେଦନ ହେବ ।

Leave a Reply

Your email address will not be published. Required fields are marked *