ପୋଲାଣ୍ଡରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଆଜି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ପୋଲାଣ୍ଡ ରାଜଧାନୀ ଓ୍ବାର୍ସାରେ ପହଞ୍ଚିବା ପରେ ପୋଲାଣ୍ଡର ଉପବୈଦେଶିକ ମନ୍ତ୍ରୀ ତାଙ୍କୁ ସ୍ଵାଗତ କରିଥିଲେ। ବିଗତ ୪୫ ବର୍ଷ ମଧ୍ୟରେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କର ଏହା ପ୍ରଥମ ପୋଲାଣ୍ଡ ଗସ୍ତ। ଏହି ଅବସରରେ ଦୁଇଦେଶ ମଧ୍ୟରେ ଦ୍ଵିପାକ୍ଷିକ ସମ୍ପର୍କ ଉପରେ ଆଲୋଚନା ହେବ।
ପ୍ରଧାନମନ୍ତ୍ରୀ ପହଞ୍ଚିବା ପରେ ସେଠାରେ ରହୁଥିବା ଭାରତୀୟ ଜନସମୁଦାୟଙ୍କ ପକ୍ଷରୁ ମଧ୍ୟ ସ୍ଵାଗତ କରାଯାଇଥିଲା।
ଏହା ପରେ ଆସନ୍ତାକାଲି ପୋଲାଣ୍ଡରୁ ଟ୍ରେନ୍ରେ ୟୁକ୍ରେନ ଯିବେ ପ୍ରଧାନମନ୍ତ୍ରୀ ।