ଭିଜିଲାନ୍ସ ହାତରେ ଧରାପଡିଲେ ବୌଦ୍ଧ ଜିଲ୍ଲାପାଳ କାର୍ଯ୍ୟାଳୟର କନିଷ୍ଠ ରାଜସ୍ବ ସହାୟକ ଚୌଧୁରୀ ପୁପୁନ କୁମାର ଦାଶ । ବାକି ଥିବା ବିଲ୍‌ ପାସ୍‌ କରିବାକୁ ୨୫ ହଜାର ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ।

ସୂଚନା ମୁତାବକ; ବାକି ଥିବା ବିଲ୍‌ ପାସ୍‌ କରିବାକୁ ବୌଦ୍ଧ ଜିଲ୍ଲାପାଳ କାର୍ଯ୍ୟାଳୟର କନିଷ୍ଠ ରାଜସ୍ବ ସହାୟକ ଚୌଧୁରୀ ପୁପୁନ କୁମାର ଦାଶ ଜଣେ ବ୍ୟକ୍ତିଙ୍କ ଠାରୁ ୨୫ ହାଜର ଟଙ୍କା ଲାଞ୍ଚ ମାଗିଥିଲେ । ଏ ସଂପର୍କରେ ଅଭିଯୋଗ ନେଇ ଉକ୍ତ ବ୍ୟକ୍ତି ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ । ଯୋଜନା ମୁତାବକ ଆଜି ଉକ୍ତ ବ୍ୟକ୍ତିଙ୍କଠୁ ପୁପୁନ ୨୫ ହଜାର ଲାଞ୍ଚ ନେଇଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ।

Leave a Reply

Your email address will not be published. Required fields are marked *