ବିଧାନସଭାରେ ସାମ୍ବାଦିକଙ୍କୁ ସୁରକ୍ଷା ଦେବା ପାଇଁ ଦାବି ଉଠାଇଛନ୍ତି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି। ସାମ୍ବାଦିଙ୍କ ପାଇଁ ଉଦ୍ଦିଷ୍ଟ ଗୋପବନ୍ଧୁ ସାମ୍ବାଦିକ ସ୍ବାସ୍ଥ୍ୟ ବୀମା ରାଶି ୨୦ ଲକ୍ଷ ଟଙ୍କା କରିବା ସହ ଏଥିରେ ବାପା-ମା’ଙ୍କୁ ସାମିଲ କରିବାକୁ ଦାବି କରିଛନ୍ତି। ଆସନ୍ତା ୩୧ ତାରିଖରେ ବୀମାର ଅବଧି ଶେଷ ହେବାକୁ ଯାଉଛି। ବର୍ତ୍ତମାନ ସାମ୍ବାଦିକଙ୍କ ସ୍ୱାସ୍ଥ୍ୟ ବୀମା ୨ ଲକ୍ଷ ଟଙ୍କାରୁ ୫ ଲକ୍ଷ ଟଙ୍କା ରହିଛି। ସାମ୍ବାଦିକମାନେ ଗଣତନ୍ତ୍ର ଚତୁର୍ଥ ସ୍ତମ୍ଭ ହୋଇଥିବା ବେଳେ ସେମାନଙ୍କୁ ସୁରକ୍ଷା ଦେବା ସରକାରଙ୍କ ପ୍ରାଥମିକତା ହେବା ଉଚିତ। ତେଣୁ ତୁରନ୍ତ ଏହି ବୀମା ରାଶି ବୃଦ୍ଧି କରି ୨୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିବାକୁ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *