ରାଜଧାନୀରେ ବଡ଼ ଧରଣର ଡକାୟତି। ବନ୍ଧୁକ ମୁନରେ ଲୁଟିନେଲେ ୫ ଲକ୍ଷ ଟଙ୍କା। କୋରିଅର ସଂସ୍ଥାର କାର୍ଯ୍ୟାଳୟରେ ସଶସ୍ତ୍ର ଡକାୟତି ହୋଇଛି। ଟମାଣ୍ଡୋ ଥାନା ଭଗବାନପୁର ଅଞ୍ଚଳରୁ ଡକାୟତି ହୋଇଛି। ସିଟିକ୍ସ ସଲ୍ୟୁସନ୍ ପ୍ରାଇଭେଟ୍ ଲିମିଟେଡ୍ରୁ ଡକାୟତି ହୋଇଥିବା ସୂଚନା ମିଳିଛି । ୨ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଟଙ୍କା ଲୁଟି ନେଇଥିବା ଅଭିଯୋଗ। କମ୍ପ୍ୟୁଟର ଭାଙ୍ଗିବା ସହ ହାର୍ଡ ଡିସ୍କ ନେଇଯାଇଛନ୍ତି। ହେଲମେଟ୍ ଓ ମୁଖାପିନ୍ଧି ଦୁବୃତ୍ତମାନେ ଆତଙ୍କ ଖେଲାଇଛନ୍ତି। ଅସୁରକ୍ଷିତ ହୋଇପଡିଛି ରାଜଧାନୀ ଭୁବନେଶ୍ୱର। ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡିଛି। ଚୋରି, ଡକାୟତି ରାହାଜାନୀ ବୃଦ୍ଧି ପାଉଛି। କିଛିଦିନ ହେବ ସିମ ବକ୍ସ ଜବତ ଘଟଣା ନେଇ ଆତଙ୍କ ସୃଷ୍ଟି ହୋଇଥିବା ବେଳେ ଆଜି ପୁଣି ବଡ଼ ଧରଣର ଲୁଟ ହୋଇଛି। Post navigation ସିମ୍ବକ୍ସର ଆତଙ୍କୀ କନେକ୍ସନ; କଟକରୁ ମିଳିଲା ଆଉ ୫ ବେଆଇନ ପାର୍କିଙ୍ଗ ଯୋଗୁଁ ବନ୍ଦ ହେଲା ବିଶାଲ ମେଗା ମାର୍ଟ