ଆଳୁ ପାଇଁ ଆଉ କାହା ଉପରେ ନିର୍ଭର କରିବାକୁ ପଡ଼ିବନି। ୟୁପିରୁ ଟ୍ରେନ୍‌ ଯୋଗେ ଆଳୁ ଆସିବ। ଏ ନେଇ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଆଳୁ ସଙ୍କଟ ଦୂର ପାଇଁ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ୟୁପିରୁ ଟ୍ରେନ୍‌ ଯୋଗେ ଆଳୁ ଆସିବ ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ୨ଟି ଟ୍ରେନ୍‌ରେ ଆଳୁ ଆଣିବାକୁ ସରକାର ଯୋଜନା କରୁଛନ୍ତି। ଏ ନେଇ ରେଳ ମନ୍ତ୍ରୀଙ୍କ ସହ ଯୋଗାଯୋଗ ଚାଲିଛି ବୋଲି କହିଛନ୍ତି।

ଓଡ଼ିଶାରେ ଆଳୁ ସଙ୍କଟ କମିବାର ନାଁ ଧରୁନି। ପଶ୍ଚିମବଙ୍ଗରୁ ଆଳୁ ଆସିବା ବନ୍ଦ ହେବା ପରେ ଏଭଳି ସମସ୍ୟା ଲାଗିରହିଛି। ଫଳରେ ଖାଉଟି ହନ୍ତସନ୍ତ ହେଉଛନ୍ତି।

Leave a Reply

Your email address will not be published. Required fields are marked *