୨୦୧୩ରୁ ୨୦୨୪ ଭିତରେ ଭି କେ ପାଣ୍ଡିଆନ ହେଲିକପ୍ଟରରେ ବୁଲିବାରେ ୫୦୦ କୋଟିରୁ ଅଧିକ ଖର୍ଚ୍ଚ ହୋଇଥିବା ଅଭିଯୋଗ ହୋଇଛି। ପାଣ୍ଡିଆନଙ୍କ ଗସ୍ତ ପାଇଁ ପ୍ରତି ବ୍ଲକରେ ହେଲିପ୍ୟାଡ୍ ମଧ୍ୟ ତିଆରି ହେଉଥିଲା। ସର୍ବସମ୍ମୁଖରେ ରାଜକୋଷରୁ ଭୂଲୁଣ୍ଠନ କରୁଥିଲେ।

ତେବେ ବିଜେପି ଏହି ପ୍ରସଙ୍ଗ ଉଠାଇବା ପରେ ଏବେ ପାଣ୍ଡିଆନଙ୍କ ହେଲିକପ୍ଟର ବୁଲାର ତଦନ୍ତ ଚାଲିଛି। ବ୍ୟକ୍ତିଗତ କାର୍ଯ୍ୟରେ ପାଣ୍ଡିଆନ ହେଲିକପ୍ଟରରେ ବୁଲିବା ନେଇ ଅଭିଯୋଗ ମଧ୍ୟ ହୋଇଛି। ଏସବୁର ତଦନ୍ତ ଚାଲିଛି, ଖୁବଶୀଘ୍ର ନିର୍ଯାସ ଆସିବ ପରିବହନ ମନ୍ତ୍ରୀ ବିଭୂତି ଜେନା କହିଛନ୍ତି। ଯାହା ଲୋକଙ୍କ ମନରେ ସନ୍ଦେହ ଅଛି, ତାହା ସତ ହୋଇପାରେ। ଅପେକ୍ଷା କରନ୍ତୁ, ସରକାର ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଯାଉଛନ୍ତି। ଦୁର୍ନୀତି ବିରୋଧରେ ଆମ ସରକାର ଶୂନ୍ୟ ସହନଶୀଳ ନୀତି ଆପଣାଇଛି। ତେଣୁ ହେଲିକପ୍ଟର ବୁଲାର ନିର୍ଯାସ ଅଳ୍ପ ଦିନ ମଧ୍ୟରେ ବାହାରିବ। ମୁଁ କହିଛି ମାନେ ସରକାର କହିଛି, ଆପଣମାନେ ଅପେକ୍ଷା କରନ୍ତୁ ବୋଲି କହିଲେ ପରିବହନ ମନ୍ତ୍ରୀ।

ଅନ୍ୟପକ୍ଷରେ ପରିବହନ ମନ୍ତ୍ରୀଙ୍କ ଏଭଳି ବୟାନ ଉପରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ବିଧାୟକ ପ୍ରତାପ ଦେବ। ରାଜନୈତିକ ଉଦ୍ଦେଶ୍ୟ ରଖି ପରିବହନ ମନ୍ତ୍ରୀ ବୟାନ ଦେଉଛନ୍ତି କହିଛନ୍ତି ଶ୍ରୀ ଦେବ।ଗଣମାଧ୍ୟମରେ ଚର୍ଚ୍ଚାରେ ରହିବା ପାଇଁ ଏଭଳି ବୟାନ ଦେଉଛନ୍ତି।

Leave a Reply

Your email address will not be published. Required fields are marked *