ଦୀର୍ଘ ୧୫ବର୍ଷ ପରେ ପାରାଦୀପ ସମୁଦ୍ରରେ ବ୍ଲାକରୋଜ୍ ଜାହାଜ ବୁଡ଼ି ଘଟଣାର ତଦନ୍ତ କରିପାରେ ସିବିଆଇ। ପାରାଦୀପ ସାମୁଦ୍ରିକ ଥାନାରେ ରୁଜୁ ହୋଇଥିବା ଏହି ବ୍ଲାକରୋଜ୍ ବୁଡ଼ି ଘଟଣାରେ ସିବିଆଇ ତଦନ୍ତ ପାଇଁ ଗୃହ ବିଭାଗର ଚିଠି । ପୋଲିସ ଡିଜିଙ୍କୁ ଚିଠି ଲେଖିଲା ଗୃହ ବିଭାଗ । RTI କର୍ମୀଙ୍କ ଆବେଦନ ଆଧାରରେ ଏହି ଚିଠି ଲେଖାଯାଇଥିବା ସୂଚନା ।

ସୂଚନା ଅନୁସାରେ, ୨୦୦୯ ସେପ୍ଟେମ୍ବର ୯ତାରିଖରେ ପାରାଦୀପ ବନ୍ଦର ନିକଟରୁ ପ୍ରାୟ ୫କିମି ଦୂରରେ ଏମଭି ବ୍ଲାକରୋଜ୍ ଜାହାଜ ବୁଡ଼ି ଯାଇଥିଲା। ଏହି ଘଟଣା ସେତେବେଳେ ଅଧିକ ବିବାଦୀୟ ହେବାରୁ ରାଜ୍ୟ ସରକାର ୨୦୦୯ ଡିସେମ୍ବର ୧୭ରେ ଉକ୍ତ ମାମଲାକୁ ରାଜ୍ୟ କ୍ରାଇମବ୍ରାଂଚକୁ ହସ୍ତାନ୍ତର କରିଥିଲେ । କିନ୍ତୁ ଉଭୟ ପୁଲିସ ଓ କ୍ରାଇମବ୍ରାଂଚ ଏହାର ତଦନ୍ତ କରିଥିଲେ ମଧ୍ୟ କାହାରିକୁ ଗିରଫ କିମ୍ବା ଜେରା କରିନଥିଲେ। ବ୍ଲାକରୋଜ୍ ଜାହାଜ ବୁଡ଼ିବେଳେ ୨୬ଜଣ କ୍ର‌୍ୟୁ ମେମ୍ବରଙ୍କୁ ଉଦ୍ଧାର କରାଯାଇଥିଲା, ମାତ୍ର ଜାହାଜର ମୁଖ୍ୟ ଇଞ୍ଜିନିୟରଙ୍କୁ ପ୍ରାଣ ହରାଇବାକୁ ପଡ଼ିଥିଲା । ବିଜେଡି ନେତା ପ୍ରଣବପ୍ରକାଶ ଦାସ ଓରଫ ବବିଙ୍କ ପରିବାର ସଦସ୍ୟଙ୍କ ମାଲିକାନାରେ ଥିବା କମ୍ପାନୀ ମେସର୍ସ ରେକ୍ଟର ମାଇନ୍ସ ଆଣ୍ଡ ମିନେରାଲସ ପ୍ରାଇଭେଟ୍ ଲିମିଟେଡର ଲୁହାପଥରକୁ ଏହି ମଙ୍ଗୋଲୀୟ ଜାହାଜ ‘ଏମଭିବ୍ଲାକରୋଜ୍‌’ ଚୀନ ନେଇ ଯାଉଥିଲା ବୋଲି ଜଣାପଡ଼ିଛି।ଦୀର୍ଘ ୧୫ବର୍ଷ ପରେ ପାରାଦୀପ ସମୁଦ୍ରରେ ଏମଭି ବ୍ଲାକରୋଜ୍ ଜାହାଜ ବୁଡ଼ି ଘଟଣାର ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର ହେବାର ସମ୍ଭାବନା ରହିଛି।

Leave a Reply

Your email address will not be published. Required fields are marked *