ଭାରତୀୟ ପୁରୁଷ ହକି ଟିମ ଅଲିମ୍ପିକ୍ସରେ ଲଗାତର ଦୁଇଥର ପଦକ ଜିତି ଇତିହାସ ରଚିଛି। ଭାରତ ପାଇଁ ଆଜି ଗୌରବର ଦିନ। ଆମ ଦେଶର ଜାତୀୟ ଖେଳାକୁ ବିଶ୍ୱଦରବାରରେ ପରିଚିତ କରାଇ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିଛନ୍ତି ଭାତର ଖେଳାଳୀ। ସବୁଆଡୁ ଶୁଭେଚ୍ଛାର ସୁଅ ଛୁଟୁଛି। ଏହି ଅବସରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଖେଳାଳୀଙ୍କ ସହ କଥା ହୋଇ ଐତିହାସିକ ବିଜୟ ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି, ଓଡ଼ିଶା ଓ ସମଗ୍ର ଦେଶ ପକ୍ଷକୁ ଅନେକ ଅନେକ ଶୁଭେଚ୍ଛା। ଦେଶ ପାଇଁ ଗୌରବ ଆଣିଥିବାରୁ ଧନ୍ୟବାଦ। ନବୀନ ପଟ୍ଟନାୟକ ହକି ଟିମକୁ ସ୍ପନସର କରିବା ସହ ଓଡ଼ିଶାର କ୍ରୀଡ଼ା ଭିତ୍ତିଭୂମିକୁ ମଜଭୁତ କରି ଅନେକ ସୁଯୋଗ ସୃଷ୍ଟି କରିଥିବାରୁ ଖେଳାଳୀମାନେ ମଧ୍ୟ ତାଙ୍କୁ ଧନ୍ୟବାଦ ଜଣାଇଛାନ୍ତି।

Leave a Reply

Your email address will not be published. Required fields are marked *