ଲୋକଙ୍କ ଭଲପାଇବା ପାଇଁ ବିଜେପି ରାଜ୍ୟରେ ଏକାକୀ ସରକାର ଗଠନ କରିଛି। ଓଡ଼ିଶାର ଜନସାଧାରଣଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ପୋଲାଭରମ ପ୍ରକଳ୍ପ ପାଇଁ ବିଜେପି ସରକାର ଉଚିତ ସମୟରେ ଉଚିତ ପଦକ୍ଷେପ ନେବ। ମାତ୍ର ଏହି ପ୍ରସଙ୍ଗକୁ ନେଇ ବିଜେଡି ଅଯଥାରେ ରାଜନୀତି କରୁଛି।

ଦୀର୍ଘ ୨୪ବର୍ଷ ଧରି ସରକାରରେ ରହିବା ପରେ ପୋଲାଭରମ୍ ପ୍ରକଳ୍ପ ଦ୍ୱାରା ପ୍ରଭାବିତ ଅଂଚଳବାସୀଙ୍କ ଉନ୍ନତି ପାଇଁ ବିଜେଡି କିଛି କରିନାହିଁ । ଏତେ ଦିନ ଧରି କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇବା ପରେ ଆଜି କାହିଁକି ନିଦ ଭାଙ୍ଗିଲା ? ନିର୍ବାଚନ ହାରିବା ପରେ ଦଳକୁ ଏବେ ଅଜଣା ଭୟ ଘାରିବାରେ ଲାଗିଛି । ଦଳୀୟ ନେତା ଓ କର୍ମୀମାନେ ଦଳ ଛାଡୁଥିବାରୁ ନବୀନ ପଟ୍ଟନାୟକଙ୍କ ଚିନ୍ତା ବଢ଼ିଯାଇଛି। ଏ ନେଇ ଦଳୀୟ ନେତା ଓ କର୍ମୀମାନଙ୍କୁ ଏକତ୍ରିତ କରିବାକୁ ପୋଲାଭରମ ଅଂଚଳକୁ ବୁଲିଯିବା ବାହାନାରେ ଲୋକଙ୍କୁ ଭୂଆଁ ବୁଲାଇବାକୁ ଉଦ୍ୟମ କରୁଛି ବିଜେଡି। ଏହି ଯୋଜନା ସଫଳ ହେବ ନାହିଁ ବୋଲି ପୂର୍ବତନ ବିରୋଧୀ ଦଳ ନେତା ତଥା ବରିଷ୍ଠ ବିଧାୟକ ଶ୍ରୀ ଜୟନାରାୟଣ ମିଶ୍ର କହିଛନ୍ତି।

Leave a Reply

Your email address will not be published. Required fields are marked *