ପୁଣି ଆଉ ଏକ ଟ୍ରେନ ଟ୍ରାଜେଡି । ପ୍ଲାଟଫର୍ମରେ ଛିଡ଼ା ହୋଇଥିବା କୋର୍ବା-ବିଶାଖାପାଟଣା ଏକ୍ସପ୍ରେସର ୩ଟି ଏସି କୋଚ୍‌ରେ ନିଆଁ ଲାଗିଯାଇଛି। ଟ୍ରେନଟି ବିଶାଖାପାଟଣାରୁ ତିରୁପତି ଅଭିମୁଖେ ଯାଉଥିଲା। ବିଶାଖାପାଟଣା ଷ୍ଟେସନରେ ପହଂଚିବା ପରେ ୪ ନଂ ପ୍ଲାଟଫର୍ମରେ ଏଭଳି ଅଘଟଣ ଘଟିଛି। ତେବେ କୌଣସି ଯାତ୍ରୀଙ୍କ କିଛି କ୍ଷୟକ୍ଷତି ହୋଇନଥିବା ବେଳେ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ଅଗ୍ନିଶମ ବାହିନୀ ଦ୍ବାରା ନିଆଁକୁ ଆୟତ୍ତ କରାଯାଇଛି ।

Leave a Reply

Your email address will not be published. Required fields are marked *