ପ୍ୟାରିସ୍‌ ଅଲିମ୍ପିକ୍ସ ୨୦୨୪ର କ୍ରମାଗତ ତୃତୀୟ ପଦକ ଲକ୍ଷ୍ୟରେ ଭାରତର ମନୁ ଭାକର । ଆଜି ୨୫ ମିଟର ଏୟାର ପିସ୍ତଲ ଇଭେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ମନୁ ଭାକର। ପ୍ୟାରିସ୍‌ ଅଲିମ୍ପିକ୍ସ ୨୦୨୪ର ଆଜି ମହିଳା ପିସ୍ତଲ ଇଭେଣ୍ଟର କ୍ୱାଲିଫିକେଶନରେ ମନୁ ଦ୍ୱିତୀୟ ସ୍ଥାନରେ ଅର୍ଜନ କରିଥିବା ବେଳେ ଏବେ ସିଧାସଳଖ ଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି ।

ମନୁ ଭାକରଙ୍କ ଅନ୍ତିମ ମ୍ୟାଚ୍ ଶନିବାର ଅନୁଷ୍ଠିତ ହେବା ନେଇ ସୂଚନା ରହିଛି । ତେବେ ଚଳିତ ବର୍ଷ ଅଲିମ୍ପିକ୍ସରେ ମନୁ ୧୦ ମିଟର ଏୟାର ପିସ୍ତଲ ମହିଳା ବର୍ଗରେ ଭାରତକୁ ପ୍ରଥମ ବ୍ରୋଞ୍ଜ ଭେଟି ଦେଇସାରିଛନ୍ତି । ଏହାସହ ୧୦ ମିଟର ଏୟାର ପିସ୍ତଲ ମିକ୍ସଡ ଇଭେଣ୍ଟରେ ସେ ସରବଜୋଚ ସିଂହଙ୍କ ସହ ବ୍ରୋଞ୍ଜ ଜିତିବାରେ ସଫଳ କରିଥିଲେ । ଏବେ ପୁରା ଦେଶରେ ନଜର ମନୁ ସିଂଙ୍କର ଆସନ୍ତା ମ୍ୟାଚ୍ ଉପରେ ରହିଛି । ଯଦି ଏଥିରେ ସେ ପଦକ ଜିତିବେ ତାହାହେଲେ ପ୍ରଥମ ଆଥଲେଟ ଭାବେ ଭାରତ ପକ୍ଷରୁ ଅନେକ ଇତିହାସ ରଚିବେ ।

Leave a Reply

Your email address will not be published. Required fields are marked *