କଳିଙ୍ଗ ଷ୍ଟାଡିୟମରେ ନିମ୍ନମାନର କାମ ହୋଇଥିବାର ଅଭିଯୋଗ ହୋଇଛି । ଆଜି କଳିଙ୍ଗ ଷ୍ଟାଡିୟମର ସ୍ପୋର୍ଟ୍ସ ସାଇନ୍ସ ସେଣ୍ଟର ସବୁ ଛାତରୁ ସିଲିଂ ଖସିପଡ଼ିଥିବା ବେଳେ ବର୍ଷା ହେଲେ ଅଷ୍ଟମ ମହଲାର ଛାତରୁ ପାଣି ଗଳୁଥିବା ଅଭିଯୋଗ ସାମ୍ନାକୁ ଆସିଛି।

ଏହି ସବୁ ଅଭିଯୋଗ ପରେ ପ୍ରତିକ୍ରିୟା ଦେଇଛନ୍ତି କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ସେ କହିଛନ୍ତି ବିଭାଗୀୟ ଅଧିକାରୀଙ୍କ ତଦନ୍ତ ପାଇ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ ଅଭିଯୋଗର ତଦନ୍ତ କରାଯିବ, ଯିଏ ନିମ୍ନମାନର କାମ କରିଥିବ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ ।

Leave a Reply

Your email address will not be published. Required fields are marked *