The Minister of State for Petroleum and Natural Gas (Independent Charge), Shri Dharmendra Pradhan addressing a press conference, in New Delhi on November 09, 2016.

ଆଜି ନିଟ୍ ପୁନଃ ପରୀକ୍ଷା ନେଇ ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ । ନିଟ୍ ପୁନଃ-ପରୀକ୍ଷା ପାଇଁ ଦିଆଯାଇଥିବା ଆବେଦନକୁ ମଧ୍ୟ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ଅନ୍ୟପକ୍ଷରେ ପରୀକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ କରିବା ସହିତ ପେପର ଲିକକୁ ରୋକିବା ପାଇଁ ଷ୍ଟୋରେଜ୍ ବ୍ୟବସ୍ଥାର ଏସଓପି ତିଆରି କରିବା ପାଇଁ ସରକାର ଓ ଏନଟିଏକୁ ପରାମର୍ଶ ଦେଇ ସୁପ୍ରିକୋର୍ଟ କହିଛନ୍ତି ନିଟ୍‌ ପେପର ଲିକ୍‌ ମାମଲାରେ ବଡ଼ଧରଣର ପେପର ଲିକ୍‌ ହୋଇନାହିଁ। କେବଳ ପାଟନା ଓ ହଜାରୀବାଗରେ ପେପର ଲିକ୍‌ ହୋଇଥିଲା। ସେଥିପାଇଁ ପୁନର୍ବାର ପରୀକ୍ଷା ଆବେଦନକୁ ମଧ୍ୟ ଖାରଜ କରାଯାଇଛି ।

ସୁପ୍ରିମକୋର୍ଟଙ୍କ ଏହି ଶୁଣାଣି ପରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ସୋସିଆଲ ମିଡ଼ିଆରେ ଲେଖିଛନ୍ତି ସତ୍ୟର ସୂର୍ଯ୍ୟକୁ, ମିଥ୍ୟାର ବାଦଲ କିଛି ସମୟ ପାଇଁ ଢାଙ୍କି ପାରେ ହେଲେ ସତ୍ୟର ସବୁବେଳେ ବିଜୟ ହୁଏ । ନିଟ୍ ପରୀକ୍ଷାରେ କୌଣସି ବ୍ୟବସ୍ଥାର ଉଲ୍ଲଂଘନ ହୋଇନଥିବାରୁ ସୁପ୍ରିମକୋର୍ଟ ପୁନଃ ପରୀକ୍ଷା କରିବାକୁ ବାତିଲ କରିଛନ୍ତି । ସରକାର ସବୁବେଳେ ଟ୍ୟାମ୍ପର୍ ମୁକ୍ତ, ସ୍ୱଚ୍ଛ ଏବଂ ତ୍ରୁଟିବିହୀନ ପରୀକ୍ଷା ପ୍ରଣାଳୀ ପାଇଁ ପ୍ରତିବଦ୍ଧ । ଏଥିପାଇଁ ମଧ୍ୟ ଆମେ ଉଚ୍ଚସ୍ତରୀୟ ବିଶେଷଜ୍ଞ କମିଟିର ସୁପାରିଶ ଲୋଡିଛୁ । ଯାହା କାର୍ଯ୍ୟକାରୀ ହେବା ପରେ ଏହାକୁ ଆମେ ପରୀକ୍ଷା ବ୍ୟବସ୍ଥା ଉପରେ ଶୀଘ୍ର କାର୍ଯ୍ୟକାରୀ କରିବୁ । ତେବେ ପରୀକ୍ଷା ପ୍ରଶ୍ନ ପତ୍ର ଲିକକୁ ନେଇ ଯେଉଁ ଅପପ୍ରଚାର ହେଉଥିଲା ତାହାକୁ ସୁପ୍ରିମକୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି । ଏଥିପାଇଁ ଆମେ ତାଙ୍କୁ କୃତଜ୍ଞତା ଜଣାଉଛୁ କି ଯେ ଲକ୍ଷ ଲକ୍ଷ ପରିଶ୍ରମୀ ଛାତ୍ରଙ୍କ ସ୍ୱାର୍ଥ ରକ୍ଷାକୁ ଦୃଷ୍ଟିରେ ରଖି ସେ ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହା ଗ୍ରହଣଯୋଗ୍ୟ ।

Leave a Reply

Your email address will not be published. Required fields are marked *