ମହାନଦୀରେ ପ୍ରାୟ ୫୦ କିଲୋମିଟର ଭାସି ଆସିଲେ ମହିଳା। ଛତିଶଗଡ଼ ପୁରଥରୁ ମହାନଦୀ ପାଣିରେ ଭାସି ଆସି ସୁରକ୍ଷିତ ଅବସ୍ଥାରେ ଝାରସୁଗୁଡ଼ା ପଲସଦାରୁ ଉଦ୍ଧାର ହେଇଛନ୍ତି। ପଲସଦାଠାରେ ମତ୍ସ୍ୟଜୀବୀମାନଙ୍କ ଦ୍ୱାରା ମହିଳାଙ୍କୁ ଉଦ୍ଧାର କରାଯାଇଛି। ତେବେ ମହିଳା ଜଣଙ୍କ କିଏ ଓ ସେ କିପରି ଏତେ ବାଟ ଭାସି ଆସିଲେ ତାହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ମହିଳାଙ୍କ ଗୋଡ ବନ୍ଧା ହୋଇଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ସନ୍ଦେହ ଅଧିକ ଘନୀଭୂତ ହେଉଛି ।

Leave a Reply

Your email address will not be published. Required fields are marked *