କିଏ ଧରିବେ ଓଡ଼ିଶାରେ କଂଗ୍ରେସ ନେତୃତ୍ବର ମଙ୍ଗ । ଏ ନେଇ ଦିଲ୍ଲୀରେ ଅଙ୍କକଷା ଆରମ୍ଭ ହୋଇଛି । କାହା ନେତୃତ୍ବରେ ଓଡ଼ିଶାରେ କଂଗ୍ରେସ କେତେ ଲାଭବାନ ହେବ। କଂଗ୍ରେସ ହାଇକମାଣ୍ଡ ଏମିତି ଜଣେ ନେତାଙ୍କୁ ପିସିସି ଗାଦିରେ ବସାଇବାକୁ ଚାହୁଁଛନ୍ତି ଯିଏ ଓଡ଼ିଶାରେ କଂଗ୍ରେସର ସଙ୍ଗଠନକୁ ମଜଭୁତ କରିବା ସହ ବିଜେପି ଓ ବିଜେଡି ସହ ଜୋରଦାର ଲଢେଇ କରି କଂଗ୍ରେସର ଅସ୍ଥିତ୍ବ ଫେରାଇ ଆଣିବ। କିନ୍ତୁ ରାଜ୍ୟ କଂଗ୍ରେସର ଅନେକ ବରିଷ୍ଠ ନେତାଙ୍କ ଭାବମୂର୍ତ୍ତି ଖରାପ ଥିବାରୁ ତରବରିଆ ଭାବେ ଦାୟିତ୍ବ ଦେଇ ରିସ୍କ ନେବାକୁ ଚାହୁଁନି ଦଳ।

ଏସବୁ ଭିତରେ ଏବେ ପିସିସି ସଭାପତି ରେସକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହି ରେସରେ ତାରାପ୍ରସାଦ ବାହିନୀପତି ଥିବାବେଳେ ତାଙ୍କୁ ଦିଲ୍ଲୀରୁ ଡାକରା ଆସିଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *