ଆଜି ବିଧାନସଭାର ସପ୍ତମ ଦିନରେ ଗୃହରେ କଂଗ୍ରେସ ବିଧାୟକ ପବିତ୍ର ସାଉଁତା ରାଜ୍ୟରେ ଯୁବକ ଯୁବତୀଙ୍କ ଚାକିରି ସମସ୍ୟା ଉପରେ କରିଥିବା ପ୍ରଶ୍ନର ଉତ୍ତରରେ ଶ୍ରମ ମନ୍ତ୍ରୀ ଗଣେଶରାମ ସିଂଖୁଣ୍ଟିଆ କହିଛନ୍ତି ଦକ୍ଷତା ଓ ବୈଷୟିକ ଶିକ୍ଷା ବିଭାଗରୁ ମିଳିଥିବା ତଥ୍ୟ ଅନୁସାରେ ଓଡିଶାର ବିଭିନ୍ନ ଏମ୍ପ୍ଲଏମେଣ୍ଟ ଏକ୍ସଚେଞ୍ଜରେ ୨୦୨୦ରୁ ୨୦୨୪ ଭିତରେ ମୋଟ ୯ ଲକ୍ଷ ୯୦ ହଜାର ୬୯୬ ଜଣ ପିଲାଙ୍କ ନାମ ପଞ୍ଜିକୃତ ହୋଇ ରହିଛି । ଏମାନେ ଚାକିରି ଅପେକ୍ଷାରେ ଅଛନ୍ତି । କିନ୍ତୁ ଏହି ୪ ବର୍ଷ ଭିତରେ ମାତ୍ର ୧୧୭୬ ପିଲାଙ୍କୁ ନିଯୁକ୍ତି ମିଳିଛି ।

Leave a Reply

Your email address will not be published. Required fields are marked *