ବିଧାନସଭାରେ ବିରୋଧୀଙ୍କ ହୋହଲ୍ଲା ଯୋଗୁଁ ଅପରାହ୍ନ ୪ଟା ଯାଏ ଗୃହ ମୁଲତବୀ ରଖିଲେ ବାଚସ୍ପତି ସୁରମା ପାଢ଼ୀ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ନୋଟିସ୍‌ କଂଗ୍ରେସର ତାରା ବାହିନୀପତି ଆଣିଥିବା ପରେ ଏବେ ବିଜେପିର ସ୍ବାଧିକାର ଭଙ୍ଗ ନୋଟିସ ଆଣିଥିବାର ଦେଖାଯାଇଛି । ତାରାଙ୍କ ବିରୋଧରେ ପାଲଟା ସ୍ୱାଧୀକାର ଭଙ୍ଗ ନୋଟିସ ଆଣିଛନ୍ତି ବିଜେପି ବିଧାୟକ ଇରାଶିଷ ଆଚାର୍ଯ୍ୟ । ଉଭୟ ନୋଟିସ ଉପରେ ଗୃହରେ ପ୍ରବଳ ହଟ୍ଟଗୋଳ ହୋଇଥିବାରୁ ୪ଟା ଯାଏ ଗୃହ ମୁଲତବୀ କଲେ ବାଚସ୍ପତି ସୁରମା ପାଢ଼ୀ ।

ସୂଚନା ଅନୁସାରେ ଗତ ୨୬ ତାରିଖରେ ଗୃହ ଚାଲିଥିବା ବେଳେ ଅଗ୍ନିବୀରଙ୍କ ପାଇଁ ଚାକିରିରେ ୧୦ ପ୍ରତିଶତ ସଂରକ୍ଷଣ ଓ ବୟସ କୋହଳ ନେଇ ମୁଖ୍ୟମନ୍ତ୍ରୀ ଗୃହ ବାହାରେ ଘୋଷଣା କରିଥିଲେ । ବିଧାନସଭା ବା ସଂସଦୀୟ ନିୟମ ଅନୁସାରେ ଅଧିବେଶନ ଚାଲିଥିବା ବେଳେ କୌଣସି ନୀତିଗତ ନିଷ୍ପତି ଗୃହ ବାହାରେ ଘୋଷଣା କରାଯାଇପାରିବ ନାହିଁ। ଏହାକୁ ପ୍ରଥମେ ଗୃହରେ ଘୋଷଣା କରିବାର ଆବଶ୍ୟକତା ରହିଛି। ହେଲେ ମୁଖ୍ୟମନ୍ତ୍ରୀ ଏହି ନିୟମ ଭାଙ୍ଗିଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି । ଅନ୍ୟପଟେ କଂଗ୍ରେସ ବିରୋଧରେ ପାଲଟା ସ୍ୱାଧୀକାର ଭଙ୍ଗ ନୋଟିସ ଆଣିଛନ୍ତି ବିଜେପି ବିଧାୟକ ଇରାଶିଷ ଆଚାର୍ଯ୍ୟ । କଂଗ୍ରେସ ସ୍ବାଧିକାର ନୋଟିସ୍‌ ଆଣିବ କିପରି ଗଣମାଧ୍ୟମକୁ ଆସିଲା । ବାଚସ୍ପତିଙ୍କ ବିନା ଅନୁମତିରେ କିପରି ପ୍ରକାଶ ପାଇଲା ବୋଲି ଇରାଶିଷ ଆଚାର୍ଯ୍ୟ ପ୍ରଶ୍ନ କରିଛନ୍ତି।

Leave a Reply

Your email address will not be published. Required fields are marked *