କେନ୍ଦ୍ରୀୟ ବଜେଟ୍ ନେଇ ଅସନ୍ତୋଷ ପ୍ରକାଶ କରିବା ସହ ପ୍ରତିକ୍ରିୟା ରଖିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ସେ ଭିଡିଓ ମଧ୍ୟରେ କହିଛନ୍ତି , ଏହା ଓଡ଼ିଶା ପାଇଁ ନୈରାଶ୍ୟଜନକ । ନିର୍ବାଚନ ସମୟରେ ବିଜେପିର ନେତା ଓଡିଶାବାସୀଙ୍କୁ ବହୁତ କଥା କହିଥିଲେ । ବିଜେପି ନିଜ ଇସ୍ତାହାରରେ ଅନେକ ପ୍ରତିଶ୍ରୁତି ମଧ୍ୟ ଦେଇଥିଲା । କିନ୍ତୁ କେନ୍ଦ୍ର ବଜେଟରେ ଓଡିଶା ପାଇଁ କିଛି ନାହିଁ ।

ସେ ଆଉ ମଧ୍ୟ କହିଛନ୍ତି ଆନ୍ଧ୍ର ଓ ବିହାର ପାଇଁ କୋଟି କୋଟି ଟଙ୍କା ଅନୁଦାନ ଦେଲେ କିନ୍ତୁ ପ୍ରତିଶ୍ରୁତି ଦେଇ ବି ଓଡ଼ିଶା କଥା ବିଚାର କଲେନି । ପ୍ରତିବର୍ଷ ଓଡ଼ିଶା ପ୍ରାକୃତିକ ବିପର୍ଯ୍ୟୟର ସାମନା କରୁଛି ।ସ୍ବତନ୍ତ୍ର ଅନୁଦାନ ପାଇଁ ରାଜ୍ୟ ବାରମ୍ବାର ଅନୁରୋଧ କରିଆସୁଥିବା ବେଳେ ଅନ୍ୟ ରାଜ୍ୟ କଥା ଶୁଣିଲେ, ଓଡ଼ିଶା କଥା ଶୁଣିଲେନି ।

ଅନ୍ୟପଟେ ବଜେଟକୁ ନେଇ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପ୍ରତିକ୍ରିୟା ଦେଇ କହିଛନ୍ତି କେନ୍ଦ୍ର ବଜେଟ ଓଡ଼ିଶାବାସୀଙ୍କୁ ନିରାଶ କରିଛି । ଆନ୍ଧ୍ର ଓ ବିହାର ତୁଳନାରେ ଓଡ଼ିଶାକୁ ଅଣଦେଖା କରାଯାଇଛି । ରାଜ୍ୟ ଦୃଷ୍ଟିକୋଣରୁ ବଜେଟକୁ ଓଡ଼ିଶା ବିରୋଧୀ କରିଛନ୍ତି ରଣେନ୍ଦ୍ର ।

ସେହିପରି ବଜେଟରେ ଓଡ଼ିଶାକୁ ଅବହେଳା କରାଯାଇଥିବା କହିଛନ୍ତି ସସ୍ମିତ୍ ପାତ୍ର। ସେ କହିଛନ୍ତି ଆନ୍ଧ୍ର ଓ ବିହାରକୁ ସ୍ବତନ୍ତ୍ର ଅନୁଦାନ ମିଳିଛି । କିନ୍ତୁ ଓଡ଼ିଶା କଥା ବିଚାରକୁ ନିଆ ଯାଇନି । ୨୧ରୁ ୨୦ ସାଂସଦ ଜିତିବା ଓଡ଼ିଶା ପାଇଁ ଦଣ୍ଡ ସଦୃଶ୍ୟ ।

Leave a Reply

Your email address will not be published. Required fields are marked *