ବାଙ୍ଗଲାଦେଶରେ ହିଂସା ଥମିବାର ନାଁ ଧରୁନି। ଏହି ହିଂସା ପାଇଁ ସ୍ୱଦେଶ ଫେରୁଛନ୍ତି ଭାରତୀୟ ଛାତ୍ରଛାତ୍ରୀ । ବାଂଲାଦେଶ ଅଶାନ୍ତ ହୋଇପଡିଥିବାବେଳେ ୧୧୫କୁ ବଢ଼ିଲାଣି ମୃତ୍ୟୁସଂଖ୍ୟା । ନିଯୁକ୍ତିରେ ସଂରକ୍ଷଣକୁ ବିରୋଧ କରି ଏଭଳି ହିଂସା ଜାରି ରହିଛି । ହିଂସାକାଣ୍ଡ ସ୍ଥିତି ନିୟନ୍ତ୍ରଣ ପାଇଁ ଦେଶବ୍ୟାପୀ କର୍ଫ୍ୟୁ ।

ଏଭଳି ସ୍ଥିତିରେ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟର ହସ୍ତକ୍ଷେପ ପରେ ଭାରତ ଫେରିଛନ୍ତି ୯୭୮ ଛାତ୍ରଛାତ୍ରୀ । ନିୟମିତ ଫ୍ଲାଇଟରେ ୨୦୦ ଛାତ୍ରଛାତ୍ରୀ ଆସିଥିବା ବେଳେ ସଡକ ପଥ ଓ ଟ୍ରେନ ଯୋଗେ ୭୭୮ ଜଣ ଆସିଛନ୍ତି ।

ଏବେ ସୁଦ୍ଧା ୧୫ ଶହରୁ ଅଧିକ ଲୋକ ଆହତ ହୋଇଛନ୍ତି । ସେପଟେ ଜୀବନ ବଞ୍ଚାଇବାକୁ ଯାଇ ଅନେକ ବାଂଲାଦେଶୀ ଭାରତୀୟ ସୀମାରେ ଅନୁପ୍ରବେଶ କରିବା ପରେ ସୁରକ୍ଷାକର୍ମୀଙ୍କ ହାତରେ ଧରାପଡିଛନ୍ତି । ଦିଲ୍ଲୀରେ ଥିବା ବାଂଲାଦେଶ ଦୂତାବାସ ନିକଟରେ ବିକ୍ଷୋଭ କରିଛି ଅଲ ଇଣ୍ଡିଆ ଷ୍ଟୁଡେଣ୍ଟ ଆସୋସିଏସନ । ସେପଟେ କୋଲକାତା ଓ ଢ଼ାକା ମଧ୍ୟରେ ଟ୍ରେନ ଚଳାଚଳ ଅସ୍ଥାୟୀ ଭାବେ ବନ୍ଦ କରାଯାଇଛି ।

Leave a Reply

Your email address will not be published. Required fields are marked *