ପୁଣି ଏକ ବଡ଼ ଦୁର୍ଘଟଣାଗ୍ରସ୍ତ ହେଲା ଟ୍ରେନ୍ । ଗୋରଖପୁର ଦେଇ ଚଣ୍ଡୀଗଡରୁ ଆସାମର ଦିବ୍ରୁଗଡ ଯାଉଥିବା ଚଣ୍ଡୀଗଡ ଏକ୍ସପ୍ରେସ ମୋତିଗଞ୍ଜର ପିକୌରା ଗ୍ରାମ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଯାହା ଫଳରେ ଘଟଣାସ୍ଥଳରେ ଉତ୍ତେଜନାମୂଳକ ପରିସ୍ଥିତି ଉତ୍ପନ୍ନ ହେଇଛି । ଦୁର୍ଘଟଣାରେ ଚଣ୍ଡିଗଡ଼-ଡିବ୍ରୁଗଡ ଏକ୍ସପ୍ରେସର ୧୦-୧୨ କୋଚ୍ ଟ୍ରାକରୁ ଖସିପଡିଛି। ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଆହତ ହୋଇଥିବା ସୂଚନା ମିଳିଛି । ରେଳବାଇ ଏବଂ ପୋଲିସ ଫୋର୍ସ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ରିଲିଫ ଓ ଉଦ୍ଧାର କାର୍ଯ୍ୟ ଚାଲିଛି। ଆଗକୁ ମୃତାହତଙ୍କ ସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଉଛି। Post navigation ପିଏମ୍ଓ ନିର୍ଦ୍ଦେଶକୁ ଅଣଦେଖା: ୮ ବର୍ଷ ହେଲା ଦୁର୍ଗନ୍ଧମୟ ପରିବେଶରେ ରହୁଛନ୍ତି ଭିଏଏନଗର କଲୋନୀବାସୀ ଯାଜପୁରର ବିଭିନ୍ନ ଖଣି ଖାଦାନ ଉପରେ ରାଜ୍ୟ ଖଣି ବିଭାଗର ଚଢ଼ାଉ