କଟକର ଏକ ଘରୋଇ ନର୍ସିଂହୋମ୍‌ରେ ନିଆଁ । ପୁରୀଘାଟ ଥାନା ନିକଟ ନର୍ସିଂହୋମ୍‌ର ୩ୟ ମହଲାରେ ଥିବା ଆଇସିୟୁରେ ଲାଗିଛି ନିଆଁ । ଖବର ପାଇ ନିଆଁ ଲିଭାଇବା ପାଇଁ ପହଞ୍ଚିଲା ଦମକଳ ବାହିନୀ । ଆଇସିୟୁରେ ଥିବା ରୋଗୀଙ୍କୁ ଉଦ୍ଧାର ପାଇଁ ଜାରି ରହିଛି ଉଦ୍ୟମ । ଉଦ୍ଧାର ପରେ ସିଧାସଳଖ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତରଣ କରାଯାଉଛି । ଉପର ମହଲାରେ ନିଆଁ ଲାଗିଥିବା ବେଳେ ଅନ୍ୟ କୌଣସି ମହଲାକୁ ନିଆଁ ବ୍ୟାପିନଥିବା ଜଣାପଡ଼ିଛି । ତେବେ କେମିତି ଲାଗିଲା ନିଆଁ, କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି ।

Leave a Reply

Your email address will not be published. Required fields are marked *