ରତ୍ନଭଣ୍ଡାର ଯାଞ୍ଚ କମିଟିର ଦ୍ବିତୀୟ ବୈଠକ ଆରମ୍ଭ ହୋଇଛି । କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥଙ୍କ ଅଧ୍ୟକ୍ଷତାରେ ବୈଠକ ଆରମ୍ଭ ହୋଇଛି । ରତ୍ନଭଣ୍ଡାର ଖୋଲିବା ନେଇ ଆଜି ହୋଇପାରେ ବଡ଼ ନିଷ୍ପତ୍ତି । ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ରତ୍ନଭଣ୍ଡାର କେଉଁଦିନ ଖୋଲାଯିବ, ତା ଉପରେ ଆଲୋଚନା କରାଯିବ। କମିଟିର ପ୍ରଥମ ବୈଠକ ଗତ ୬ ତାରିଖରେ ବସିଥିବା ବେଳେ, ରତ୍ନଭଣ୍ଡାରର ଚାବି ସଂକ୍ରାନ୍ତରେ ଆଲୋଚନା ହୋଇଥିଲା। ଆଜି ସେହି ଡୁପ୍ଲିକେଟ୍ ଚାବିକୁ କମିଟି ସାମ୍ନାରେ ଉପସ୍ଥାପନ କରାଯିବ। ଟ୍ରେଜେରୀରେ ଥିବା ଡୁପ୍ଲିକେଟ୍ ଚାବିରେ ରତ୍ନଭଣ୍ଡାର ନଖୋଲିଲେ, ତାଲା ଭଙ୍ଗାଯିବ ବୋଲି ପୂର୍ବରୁ ବସିଥିବା ବୈଠକରେ ନିଷ୍ପତ୍ତି ହୋଇଥିଲା। Post navigation ବାଲେଶ୍ୱରରେ ଟ୍ରେନରେ କଟି ଚାଲିଗଲା ୨ ଯୁବକଙ୍କ ଜୀବନ ଆସନ୍ତାକାଲି ବସିବ ରାଜ୍ୟ କ୍ୟାବିନେଟ୍ ବୈଠକ