ପୁରୀ ରଥଯାତ୍ରା ବେଳେ ଅଘଟଣ ପାଇଁ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଆହତମାନଙ୍କୁ ମାଗଣାରେ ସର୍ବୋତ୍ତମ ଚିକିତ୍ସା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ମୃତକଙ୍କ ଆତ୍ମାର ସଦଗତି କାମନା କରିବା ସହିତ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ପୂର୍ବରୁ ତାଳଧ୍ବଜ ରଥଟଣା ବେଳେ ଅଣନିଶ୍ବାସୀ ହୋଇ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଥିଲା । Post navigation ଶଙ୍କରାଚାର୍ଯ୍ୟଙ୍କୁ ସମ୍ମାନ: ନବୀନ ଦେଲେନି, ମୋହନ ଦେଲେ ରଥଯାତ୍ରାର ଆଜି ଦ୍ବିତୀୟ ଦିନ, ପୁଣି ଆଜି ଆରମ୍ଭ ହେବ ରଥଟଣା