ଶ୍ରୀମନ୍ଦିର ରତ୍ନଭଣ୍ଡାର ଅଳଙ୍କାର ତଦାରଖ କମିଟିର ଅଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତ ଆସନ୍ତା ୪ ତାରିଖରେ ଓଡ଼ିଶା ଆସୁଛନ୍ତି। ୫ ତାରିଖରେ ରତ୍ନଭଣ୍ଡାର ଯାଞ୍ଚ କମିଟିର ବୈଠକ ବସିବ। ଯଦି କମିଟିର ସହମତି ହୁଏ ତା’ହେଲେ ୮ତାରିଖରୁ ରତ୍ନଭଣ୍ଡାର ଖୋଲିବା ନେଇ ପ୍ରକ୍ରିୟା ଆରମ୍ଭ ହେବ। ଜୁଲାଇ ୮ରୁ ୨୭ତାରିଖ ପର୍ଯ୍ୟନ୍ତ ପ୍ରାୟ ୧୯ଦିନ ଧରି ରତ୍ନଭଣ୍ଡାର ଯାଞ୍ଚ, ମରାମତି ଓ ଅଳଙ୍କାର ଗଣନା କରାଯିବ ବୋଲି ଲକ୍ଷ୍ୟ ରଖାଯାଇଛି।

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାର ଯାଞ୍ଚ କାର୍ଯ୍ୟ ଆସନ୍ତା ୮ ତାରିଖରୁ ହେବାର ସମ୍ଭାବନା ରହିଛି। ଆସନ୍ତା ୪ ତାରିଖରେ ରତ୍ନଭଣ୍ଡାର ଯାଞ୍ଚ କମିଟି ଅଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତ ଓଡ଼ିଶା ଗସ୍ତରେ ଆସୁଥିବା ଓ ୫ ତାରିଖରେ ଯାଂଚ କମିଟି ବୈଠକ ବସିବାର ଥିବାରୁ ଏଭଳି ସମ୍ଭାବନା ସୃଷ୍ଟି ହୋଇଛି।

By Nirvay

Leave a Reply

Your email address will not be published. Required fields are marked *