ପୂର୍ବ ସରକାରଥିବା ବେଳେ ବନ୍ଦ ହୋଇଥିବା ସ୍କୁଲଗୁଡ଼ିକ ଖୋଲାଯିବ। ଏ ନେଇ ମଙ୍ଗଳବାର ଗଣଶିକ୍ଷା ବିଭାଗ ପକ୍ଷରୁ ସଚିବଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଯେଉଁଠି ପିଲାଙ୍କୁ ପାଠ ପଢିବା ପାଇଁ ଦୂରକୁ ସ୍କୁଲ ଯିବାକୁ ପଡୁଛି, ଅନ୍ୟପକ୍ଷେ ସ୍ଥାନୀୟ ଲୋକଙ୍କର ଦାବି ଅଣଦେଖା କରାଯାଇଛି , ଯେଉଁ ସ୍ଥାନରେ ଭୁଲ ରିପୋର୍ଟ ଜରିଆରେ ସ୍କୁଲ ବନ୍ଦ କରି ଦିଆଯାଇଛି ସେହି ସବୁ ସ୍ଥାନରେ ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ବିଜେପି ସରକାର ପୁଣି ଥରେ ଖୋଲିବାକୁ ଯୋଜନା କରୁଛନ୍ତି ବୋଲି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି ।

ସେ ଆଉ ମଧ୍ୟ କହିଛନ୍ତି ସ୍କୁଲକୁ ନେଇ ଲୋକଙ୍କ ଦାବି ଅନୁଯାୟୀ ରିପୋର୍ଟ ପ୍ରସ୍ତୁତ କରନ୍ତୁ ଏବଂ ଲୋକଙ୍କ ଦାବି ଅନୁଯାୟୀ କେଉଁଠି ବନ୍ଦ ହୋଇଥିବା ସ୍କୁଲର ଖୋଲିବା ଆବଶ୍ୟକତା ଅଛି ତର୍ଜମା କରନ୍ତୁ। ସଚିବ ବିସ୍ତୃତ ରିପୋର୍ଟ ଦେବା ପରେ ସେହି ରିପୋର୍ଟ ଆଧାରରେ ବିଜେଡି ସରକାରରେ ବନ୍ଦ କରି ଦିଆଯାଇଥିବା ସ୍କୁଲ ଗୁଡିକ ସଚିବ ବିସ୍ତୃତ ରିପୋର୍ଟ ଦେବା ପରେ ଖୋଲାଯିବ ।

Leave a Reply

Your email address will not be published. Required fields are marked *