ରାଜ୍ୟରୁ ଗୋ ଚାଲାଣ ବର୍ଷକୁ ବର୍ଷ ବଢିବାରେ ଲାଗିଛି । ଏହାକୁ ରୋକିବା ପାଇଁ ରାଜ୍ୟରେ ଖୋଲାଯିବ ୨୦୦ ଗୋଶାଳା। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ।ସେହିଭଳି ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହେଉଥିବା ପଶୁମାନଙ୍କର ଚିକିତ୍ସା ପାଇଁ ଭ୍ରାମ୍ୟମାଣ ଚିକିତ୍ସାଳୟ ଖୋଲାଯିବ।

ଓଡିଶା ଗୋହତ୍ୟା ନିରାକରଣ ଅଧିନିୟମ ୧୯୬୦ ଅନୁଯାୟୀ ରାଜ୍ୟରେ ଗୋହତ୍ୟା ଏକ ଦଣ୍ଡନୀୟ ଅପରାଧ । ଯଦି କୌଣସି ଠାରେ ଗୋହତ୍ୟା ହେବ ତେବେ ତାହା ବିରୁଦ୍ଧରେ କଠୋର ଆଇନ୍‍ଗତ କାର୍ଯ୍ୟାନୁଷ୍ଠାନ ହୋଇଥାଏ । ରାଜ୍ୟରେ ବଢ଼ିଚାଲିଥିବା ଗୋଚାଲାଣ ଓ ଗୋହତ୍ୟାକୁ ରୋକିବା ପାଇଁ ସ୍ୱତନ୍ତ୍ର ରୋଡମ୍ୟାପ୍ ପ୍ରସ୍ତୁତ କରାଯାଇଛି। ଗୋଚାଲାଣ କରୁଥିବା ବ୍ୟକ୍ତିଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ ଦୃଢ଼ୋକ୍ତି କରିଛନ୍ତି।

ସେ ଆଉ ମଧ୍ୟ କହିଛନ୍ତି, ଏମଏସଏମଇ ଜରିଆରେ ଯୁବକଙ୍କୁ କିଭଳି ଆତ୍ମନିର୍ଭର କରାଯିବ ତାହା ଉପରେ ସରକାର ରୋଡମ୍ୟାପ୍ ପ୍ରସ୍ତୁତ କରାଯାଉଛି। ଏହା ସହ ଗ୍ରାମାଞ୍ଚଳରେ ମତ୍ସ୍ୟଜୀବୀଙ୍କ ପାଇଁ ଶୀତଳଭଣ୍ଡାର ନିର୍ମାଣ କରିବା ଦିଗରେ ଗୁରୁତ୍ୱ ଦେଉଛୁ। ମତ୍ସ୍ୟ ଉତ୍ପାଦନ ବୃଦ୍ଧି କରିବା ସହ ମତ୍ସ୍ୟଜୀବୀଙ୍କର ବିଭିନ୍ନ ସମସ୍ୟାର ସମାଧାନ କରିବା ଦିଗରେ ବିଭାଗକୁ କାମ କରିବାକୁ ନିର୍ଦ୍ଦେଶ ଦେଇଛୁ।

Leave a Reply

Your email address will not be published. Required fields are marked *