ମନ୍ତ୍ରୀଙ୍କୁ ଆବଣ୍ଟିତ ହୋଇଛି ବିଭାଗୀୟ ଲୋକ ସମ୍ପର୍କ ଅଧିକାରୀ । ନବ ନିଯୁକ୍ତ ମନ୍ତ୍ରୀଙ୍କ ଲୋକ ସମ୍ପର୍କ ଅଧିକାରୀ ଭାବେ ୧୮ ଜଣଙ୍କୁ ଦାୟିତ୍ୱ ମିଳିଛି । ୧୮ ଜଣ ଲୋକ ସମ୍ପର୍କ ଅଧିକାରୀଙ୍କୁ ଦାୟିତ୍ୱ ମିଳିଥିବାବେଳେ ସେମାନଙ୍କ ମଧ୍ୟରୁ ୪ ଜଣଙ୍କୁ ଓଏସଡି ବା ଅଫିସର ଅନ୍ ସ୍ପେଶାଲ ଡ୍ୟୁଟି ଭାବେ ନିଯୁକ୍ତି ଦିଆଯାଇଛି । ସରକାରୀ ଭାବେ ଏହି ଲୋକ ସମ୍ପର୍କ ଅଧିକାରୀ ଅବସର ନେଇ ସାରିଛନ୍ତି । ପୂର୍ବ ସରକାର ଏହି ଲୋକ ସମ୍ପର୍କ ଅଧିକାରୀଙ୍କୁ ପୁନଃ ନିଯୁକ୍ତି ବା ଥଇଥାନ କରିଥିଲେ । ସେମାନଙ୍କୁ ଏବେ ବିଭାଗ ଦାୟିତ୍ୱ ମିଳିଛି ।

ବିଭାଗର ବିଜ୍ଞପ୍ତି ଅନୁସାରେ, ତାପସ କୁମାର ସାହା (ଓଏସଡି)ଙ୍କୁ ମତ୍ସ୍ୟ ଏବଂ ପଶୁ ସମ୍ପଦ ଉନ୍ନୟନ, ଏମଏସଏମଇ ଓ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ବା ସିଇଓଙ୍କ ଲୋକ ସମ୍ପର୍କ ଅଧିକାରୀ ରହିବେ । ତନୁଜା ମହାନ୍ତିଙ୍କୁ ମହିଳା ଏବଂ ଶିଶୁ ବିକାଶ, ମିଶନ ଶକ୍ତି, ପର୍ଯ୍ୟଟନ ଓ ପଶ୍ଚିମ ଓଡିଶା ବିକାଶ ପରିଷଦର ଦାୟିତ୍ୱ ମିଳିଛି । ବିଭୁତି ଭୂଷଣ ନାୟକ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ଓ ଓଡିଶା ବିଧାନସଭାର ଲୋକ ସମ୍ପର୍କ ଅଧିକାରୀ ଭାବେ ଦାୟିତ୍ୱ ତୁଲାଇବେ । ସରୋଜ କୁମାର ଶତପଥୀ କୃଷି ଏବଂ କୃଷକ ସଶକ୍ତିକରଣ ଏବଂ ଶକ୍ତି ଦାୟିତ୍ୱ ତୁଲାଇବେ । ସେ ପୂର୍ବ ପରି ଜୟଦେବ ଭବନର ମ୍ୟାନେଜର ଭାବେ କାର୍ଯ୍ୟ ମଧ୍ୟ କରିବେ । ଯୁବ ଲୋକ ସମ୍ପର୍କ ଅଧିକାରୀ ରୋଜାଲିନ ସାହୁଙ୍କୁ ବିଦ୍ୟାଳୟ ଏବଂ ଗଣଶିକ୍ଷା, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମିଳିଛି ।

ସେହିପରି ବିଭାଗୀୟ ଉପ-ନିର୍ଦ୍ଦେଶକ ଥିବା ସୁରଜିତ ମିଶ୍ରଙ୍କୁ ସମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଦାୟିତ୍ୱ ମିଳିଛି । ଭୁବନେଶ୍ୱର ଜିଲ୍ଲା ଲୋକ ସମ୍ପର୍କ ଅଧିକାରୀ ଭାବେ ଦାଇତ୍ୱରେ ଥିବା ଜିତେନ୍ଦ୍ରୀୟ ଜେନାଙ୍କୁ ମଧ୍ୟ ମିଳିଛି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ । ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ, ବିଜ୍ଞାନ ଏବଂ ବୈଷୟିକ ଓ ସୂଚନା ଏବଂ ଲୋକ ସଂପର୍କ ବିଭାଗ ଦାୟିତ୍ୱରେ ସେ ରହିବେ । ମାନସ ରଞ୍ଜନ ଖୁଣ୍ଟିଆ(ଓଏସଡି)ଙ୍କୁ ଗୃହ, ଜଙ୍ଗଲ ଏବଂ ପରିବେଶ ଓ ଶ୍ରମ ଏବଂ ଇଏସଆଇ ବିଭାଗର ଦାୟିତ୍ୱ ମିଳିଛି । ଯୁବ ଲୋକସମ୍ପର୍କ ଅଧିକାରୀ ସୁଶ୍ରୀ ସଂଗୀତା ମହାରଣାଙ୍କୁ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର ଓ ସୂଚନା ଏବଂ ପ୍ରଯୁକ୍ତି ବିଦ୍ୟା ଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମିଳିଛି । ସୂର୍ଯ୍ୟ ନରାୟଣ ମିଶ୍ରଙ୍କ ହାତରେ ରହିଛି ବାଣିଜ୍ୟ ଏବଂ ପରିବହନ, ଷ୍ଟିଲ ଅଣ୍ଡା ମାଇନ୍ସ ବିଭାଗ ଦାୟିତ୍ୱ । ସଚ୍ଚିଦାନନ୍ଦ ବେହେରା(ଓଏସଡି) ଜଳ ସମ୍ପଦ ଏବଂ ନଗର ଉନ୍ନୟନ ବିଭାଗ ଦାୟିତ୍ୱ ତୁଲାଇବେ । ସୌରଭ ପ୍ରଧାନଙ୍କୁ କ୍ରୀଡ଼ା ଏବଂ ଯୁବ ବ୍ୟାପାର, ଉଚ୍ଚଶିକ୍ଷା ଓ ଓଡ଼ିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତି ବିଭାଗ ଦାୟିତ୍ୱ ନ୍ୟସ୍ତ ହୋଇଛି । ସୁଜିତ ରଞ୍ଜନ ସ୍ବାଇଁଙ୍କୁ ଆଇନ, ପୁର୍ତ୍ତ ଏବଂ ଅବକାରୀ ବିଭାଗ ଦାୟିତ୍ୱ ଦିଆଯାଇଛି । ପ୍ରମୋଦିନି ଟେଟେଙ୍କୁ ସମବାୟ, ହସ୍ତତନ୍ତ, ଟେକ୍ସଟାଇଲ ଏବଂ ହସ୍ତଶିଳ୍ପ ବିଭାଗର ଲୋକ ସମ୍ପର୍କ ଅଧିକାରୀ ହୋଇଛନ୍ତି ।

ଆଉ ମଧ୍ୟ ବିନାୟକ ମିଶ୍ରଙ୍କୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦଘାଟନ କାର୍ଯ୍ୟକ୍ରମ ଓ ଗତ ସାଧାରଣ ନିର୍ବାଚନରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ମିଳିଛି । ବିନାୟକ ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗର ଲୋକ ସଂପର୍କ ଅଧିକାରୀ ଦାୟିତ୍ୱରେ ରହିବେ । ପୁଷ୍ପାଞ୍ଜଳି ପାଇକରାୟଙ୍କୁ ଶିଳ୍ପ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ଦାୟିତ୍ୱ ମିଳିଛି । ବିଭାଗୀୟ ଉପନିର୍ଦ୍ଦେଶିକା ଦୀପ୍ତିମୟୀ ମହାପାତ୍ରଙ୍କୁ ଅର୍ଥ, ସୂଚନା ଅଧିକାରୀ ମୁଖ୍ୟାଳୟ ଓ ଓଡିଶା ମାନବାଧିକାର କମିଶନ ଦାୟିତ୍ୱ ମିଳିଛି । ସେହିପରି ପଠାଣି ରାଉତଙ୍କୁ ସାଧାରଣ ପ୍ରଶାସନ, ଯୋଜନା ଏବଂ ସଂଯୋଜନା ବିଭାଗ ଦାୟିତ୍ୱ ମିଳିଛି । ସେ ମୁଖ୍ୟ ଶାସନ ସଚିବଙ୍କ ଲୋକ ସମ୍ପର୍କ ଅଧିକାରୀ ଭାବେ ମଧ୍ୟ କାର୍ଯ୍ୟ କରିବେ ।

Leave a Reply

Your email address will not be published. Required fields are marked *