ଭୁବନେଶ୍ବରରେ ଖୋଲିବାକୁ ଯାଉଛି ଚାଉଳ ଏଟିଏମ୍ । ଏନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି। ରାଜଧାନୀ ଭୁବନେଶ୍ୱରରେ ରାସନକାର୍ଡ ହିତାଧିକାରୀଙ୍କ ପାଇଁ ଏହି ଚାଉଳ ଏଟିଏମ୍ ଖୋଲିବ। ଏଥିପାଇଁ ହିତାଧିକାରୀଙ୍କୁ ସ୍ୱତନ୍ତ୍ର କାର୍ଡ ଦିଆଯିବ, ଯାହାଦ୍ୱାରା ସେମାନେ ଚାଉଳ ଉଠାଇବେ।
ଏହି ଉପାୟରେ ମେସିନ୍ରେ କାର୍ଡ ଗଳାଇଲେ ଚାଉଳ ବାହାରିବ। ମେସିନ୍ରେ କାର୍ଡ ଗଳାଇଲେ ବାହାରିବ ଚାଉଳ । ଆଗାମୀ ସପ୍ତାହକ ମଧ୍ୟରେ ରାଜଧାନୀ ଭୁବନେଶ୍ବରରେ ଏହି ବ୍ୟବସ୍ଥା ଆରମ୍ଭ କରାଯିବ। ପରେ ରାଜ୍ୟର ସବୁ ଜିଲ୍ଲାରେ ଏପରି ଚାଉଳ ଏଟିଏମ୍ ଖୋଲାଯିବ ବୋଲି ସୂଚନା ମିଳିଛି ।