ସରକାରୀ କର୍ମଚାରୀମାନଙ୍କ ଜୁନ୍‌ ୩୦ ଯାଏ ଥିବା ଛୁଟି ବାତିଲ ନିର୍ଦ୍ଦେଶରେ ପ୍ରଶାସନ ସଂଶୋଧନ କରିଛି। ନୂଆ ନିର୍ଦ୍ଦେଶନାମା ମୁତାବକ, ଆବଶ୍ୟକ ପଡ଼ିଲେ ଅଫିସରମାନେ ଛୁଟି ନେଇପାରିବେ। କିନ୍ତୁ ଜରୁରୀ ହେଲେ ତତ୍କାଳ ଯୋଗଦେବେ। ଏପରିକି ଜରୁରୀକାଳୀନ ସ୍ଥିତିରେ ମୋବାଇଲ୍ ଫୋନରେ ଉପଲବ୍ଧ ରହିବାକୁ ପଡିବ ବୋଲି ନିର୍ଦ୍ଦେଶନାମା ଜାରି କରିଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାର ।

ଆଗରୁ ନିର୍ଦ୍ଦେଶ ଦିଆଯାଇଥିଲା କି, ନୂଆ ସରକାର ଶପଥ ଗ୍ରହଣ କରିବାକୁ ଥିବାରୁ ଜୁନ୍ ୩୦ ଯାଏଁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍ କରାଯାଇଥିଲା । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଭିନ୍ନ ବିଭାଗ ସଚିବ ଓ ଜିଲାପାଳମାନଙ୍କୁ ଚିଠି ଲେଖି ସୂଚନା ଦିଆଯାଇଥିଲା। ଚିଠିରେ ଉଲ୍ଲେଖ ଥିଲା ନୂଆ ସରକାର ଗଠନ ହେଉଥିବାରୁ ବିଭିନ୍ନ ସ୍ତରରେ କାର୍ଯ୍ୟକ୍ରମ ଚାଲିବ। ତେଣୁ ୩୦ ପର୍ଯ୍ୟନ୍ତ କାହାରିକୁ ଛୁଟି ନ ଦେବାକୁ ନିର୍ଦ୍ଦେଶନାମା ଜାରି କରାଯାଇଥିଲା।

ଆଉ ମଧ୍ୟ ସରକାରୀ ଅଧିକାରୀମାନେ ହେଡକ୍ୱାର୍ଟର ନ ଛାଡିବାକୁ ଏଥିରେ ନିର୍ଦ୍ଦେଶ ଦିଆଯାଇଥିଲା । କେବଳ ସ୍ୱାସ୍ଥ୍ୟଗତ ସମସ୍ୟା ଥିଲେ ଛୁଟି ପାଇଁ ଅନୁମତି ମିଳିବ ବୋଲି କୁହାଯାଉଥିଲା । ହେଲେ ଆଜି କିନ୍ତୁ ଏହି ନିର୍ଦ୍ଦେଶନାମାରେ ସାମାନ୍ୟ ପରିବର୍ତ୍ତନ କରାଯିବା ସହିତ ଛୁଟି ବାତିଲ ନିଷ୍ପତ୍ତିକୁ ବଦଳାଯାଇଛି ।

Leave a Reply

Your email address will not be published. Required fields are marked *