ଭୁବନେଶ୍ୱର : ପୁଣି ଥରେ ଭୁବନେଶ୍ୱରବାସୀ ଦେଖିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରୋଡ୍‌ ସୋ’ । ମୋଦୀଙ୍କ ଏହି ରୋଡ୍‌ ସୋ’ ଆସନ୍ତା ୧୨ ତାରିଖ ବୁଧବାର ସଂଧ୍ୟା ସମୟରେ ଆୟୋଜନ କରାଯିବ। ଏକ ସ୍ୱତନ୍ତ୍ର ବାହନରେ ନରେନ୍ଦ୍ର ମୋଦୀ ଜୟଦେବ ବିହାର ଠାରୁ ଜନତା ମଇଦାନ ଅଭିମୁଖେ ବାହାରିବେ। ରାଜ୍ୟରେ ଭାରତୀୟ ଜନତା ପାର୍ଟି  ସରକାର ଆରମ୍ଭ ହେବାର ଅଳ୍ପ ସମୟ ପୂର୍ବରୁ ମୋଦୀ ରୋଡ୍‌ ସୋ’ କରିବେ। ନୂଆ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବା ପୂର୍ବରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏଥି ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।

By SonaliP

Leave a Reply

Your email address will not be published. Required fields are marked *