ମାଲକାନଗିରି ଜିଲ୍ଲା ସଦର ନିକଟରେ ଥିବା ଏମଭି-୩ ସ୍ଥିତ ଜଣେ କେନ୍ଦୁପତ୍ର ବ୍ୟବସାୟୀଙ୍କ ଗୋଦାମରେ ଲାଗିଛି ନିଆଁ। ବିଳମ୍ବିତ ରାତିରେ ନିଆଁ ଲାଗିଥିବା ବେଳେ ରାତିରୁ ୪ଟି ଦମକଳ ଗାଡି ନିଆଁ ଲିଭାଇବା ପାଇଁ ନିୟୋଜିତ ହୋଇଥିଲେ । ହେଲେବି ନିଆଁ ବହୁତ ସମୟ ପର୍ଯ୍ୟନ୍ତ ଲିଭି ନଥିଲା । ଦୁଇଟି ଦମକଳ ଗାଡି ନିଆଁ ଲିଭାଇବା ପାଇଁ ପ୍ରୟାସ ଜାରି ରଖିଛନ୍ତି ।

 

ଏହି କେନ୍ଦୁପତ୍ର ଗୋଦାମ ଗୋପାଳ ସିକଦରଙ୍କ ବୋଲି ଜଣାପଡିଛି।ପ୍ରାୟ ୪ କୋଟିରୁ ଉର୍ଦ୍ଧ୍ବ ଟଙ୍କାର କେନ୍ଦୁ ପତ୍ର ଓ ମକା ପୋଡି ପାଉଁଶ ହୋଇଯାଇଛି । ରାତି ତମାମ ନିଆଁକୁ ଆୟତ କରିବା ପରେ ନିଆଁ କମିଛି । ନିଆଁ ଲାଗିବାର କାରଣ ଅସ୍ପଷ୍ଟ ଥିବା ବେଳେ କିଛି ବ୍ୟବସାୟୀ ମିଶି ଏହି ଗୋଦାମରେ ସାମଗ୍ରୀ ଗଛିତ ରଖିଥିବା ଜଣାପଡିଛି ।ତେବେ ଏହି ଗୋଦାମରେ କିପରି ନିଆଁ ଲାଗିଲା ତାହା ଜଣାପଡି ନାହିଁ।ପୁଲିସର ତଦନ୍ତ ପରେ ହିଁ ସତ୍ୟ ପଦାକୁ ଆସିବ ବୋଲି କୁହାଯାଇଛି।

 

By SonaliP

Leave a Reply

Your email address will not be published. Required fields are marked *