ଭୁବନେଶ୍ୱର, ରାଜ୍ୟରେ ୩ଟି ପର୍ଯ୍ୟାୟ ଶେଷ ହୋଇସାରିଥିବ ବେଳେ , ଜୁନ୍ ୧ରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ଏହି ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ମଧ୍ୟ ଓଡ଼ିଶା ଆସୁଛନ୍ତି ହାଇ ଭୋଲଟେଜ ନେତା ମାନେ । ଗୋଟେ ପଟେ ବିଜେଡିର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା ଓ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଭଳି ୩ ଟାଣୁଆ ନେତା ଆସୁଥିବା ବେଳେ, କଂଗ୍ରେସ ପ୍ରଚାର ପାଇଁ ଆସୁଛନ୍ତି ରାହୁଲ୍ ଗାନ୍ଧି ଓ ମଲ୍ଲିକାର୍ଜୁନ୍ ଖଡ୍ଗେ । ନିର୍ବାଚନ ପ୍ରଚାର ପାଇଁ ପୁଣି ଥରେ ଓଡ଼ିଶା ଆସୁଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ୍ ଖଡ୍ଗେ ଓ ସାଂସଦ ରାହୁଲ୍ ଗାନ୍ଧି। ଖଡ୍ଗେ ଦୁଇଟି ସଭା କରିବେ ଓ ରାହୁଲ ଗୋଟିଏ ଜନସଭାରେ ଉଦ୍ବୋଧନ ଦେବେ। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ କଂଗ୍ରେସ ପ୍ରଭାରୀ ଅଜୟ କୁମାର। ଆସନ୍ତା ୨୯ ତାରିଖରେ ଓଡ଼ିଶା ଆସିବେ ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେ । ତା ପରଦିନ ଅର୍ଥାତ୍ ୩୦ ତାରିଖରେ ଓଡ଼ିଶା ଆସିବେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି । ସୂଚନାଯୋଗ୍ୟ ,୨୯ ତାରିଖ ଦିନ ୧୧ଟାରେ ବାଲେଶ୍ୱରରେ ସଭା କରିବେ ଖଡଗେ । ଅପରାହ୍ନ ୩ଟାରେ ଭଦ୍ରକ ଚାନ୍ଦବାଲିରେ ଖଡଗେଙ୍କ ସଭା ରହିଛି । ସେହି ପରି କଂଗ୍ରେସ ସାଂସଦ ରାହୁଲ୍ ଗାନ୍ଧି ୩୦ ତାରିଖରେ ଓଡ଼ିଶା ଆସିବେ। ଦିନ ୧୧ଟାରେ ସେ ସିମୁଳିଆ ସାନମହିତପୁରରେ ଆୟୋଜିତ ନିର୍ବାଚନୀ ସଭାରେ ଯୋଗଦେବେ। ଆଉ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ଭିକ୍ଷା କରିବାର କାର୍ଯ୍ୟକ୍ରମ ରହିଛି। Post navigation ପୁଣି ଓଡ଼ିଶା ଆସିବେ ମୋଦି, ଶାହ, ହିମନ୍ତ ବିଜେପି କର୍ମୀଙ୍କୁ ଛେଣ୍ଡିପଦା ବିଧାୟକ ମାଡ଼ ମାରିବା ଘଟଣା, ଜିଲ୍ଲାପାଳଙ୍କୁ ତଦନ୍ତ ନିର୍ଦ୍ଦେଶ