Odisha +2 Results 2026 Declared: Girls Outshine Boys in All Streams

ପ୍ରକାଶ ପାଇଲା ଯୁକ୍ତ ଦୁଇ ପରୀକ୍ଷା ଫଳ। ଆଜି ଯୁକ୍ତ ୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା-୨୦୨୪ ଫଳ ଅପରାହ୍‌ଣରେ ପ୍ରକାଶ ପାଇଛି। କଳାରେ ପାସ୍‌ ହାର ୮୦.୯୫%, ବିଜ୍ଞାନର ପାସ୍‌ ହାର ୮୬.୯୩%, ବାଣିଜ୍ୟର ପାସ୍‌ ହାର ୮୨.୨୭% ଓ ଧନ୍ଦାମୂଳକ ଶିକ୍ଷାରେ ପାସ୍‌ ହାର ୬୮.୦୨ ପ୍ରତିଶତ ରହିଛି। ଏହି ୪ ବିଷୟରେ ପରୀକ୍ଷାର ଫଳ www.orissaresults.nic.inରେ ଉପଲବ୍ଧ କରାଯାଇଥିବା ନେଇ ସିଏଚ୍‌ଏସ୍‌ଇ ପକ୍ଷରୁ ସୂଚନା ଦିଆଯାଇଛି।

ସିଏଚ୍‌ଏସ୍‌ଇ ପକ୍ଷରୁ କୁହାଯାଇଛି ଯେ, ଯୁକ୍ତ ୨ ବିଜ୍ଞାନରେ ପୁଅଙ୍କ ତୁଳନାରେ ଝିଅମାନେ ଭଲ ପ୍ରଦର୍ଶନ କରିଛନ୍ତି। ୬୦,୯୭୩ ପୁଅ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୫୨,୫୬୭ ଉତ୍ତୀର୍ଣ୍ଣ ହୋଇଛନ୍ତି। ବିଜ୍ଞାନ‌ରେ ପୁଅଙ୍କ ପାସ୍‌ ହାର ୮୬.୨୧ ପ୍ରତିଶତ ହୋଇଥିବା ବେଳେ ଝିଅଙ୍କ ପାସ୍‌ ହାର ୮୭.୭୪ ପ୍ରତିଶତ ରହିଛି। ଅର୍ଥାତ ୫୪,୯୨୨ଙ୍କ ମଧ୍ୟରୁ ୪୮,୧୯୦ ଜଣ ଝିଅ ପାସ କରିଛନ୍ତି। ସୂଚନା ଯୋଗ୍ୟ ଯେ, ଆଜି ସକାଳେ ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଥିଲା।

By Nirvay

Leave a Reply

Your email address will not be published. Required fields are marked *