ଆଜି ସାମ୍ବାଦିକ ସମ୍ମିଳନୀ କରି ଅପରାଜିତା ଷଡଙ୍ଗୀ କହିଛନ୍ତି ଲିଙ୍ଗରାଜ ମନ୍ଦିର ବିକାଶକୁ ବିରୋଧ ପ୍ରସଙ୍ଗରେ ମିଛ କହୁଛନ୍ତି ମୁଖ୍ୟମନ୍ତ୍ରୀ । ଲିଙ୍ଗରାଜ ମନ୍ଦିର ପ୍ରକଳ୍ପ କାମକୁ ବିରୋଧ କରୁଥିବା ନେଇ ଗତ କିଛିଦିନ ତଳେ ମୁଖ୍ୟମନ୍ତ୍ରୀ ଏକ ଭିଡିଓ ବାର୍ତ୍ତା ଜାରି କରିଥିଲେ । ଯାହାକୁ ନେଇ ଆଜି ସାମ୍ବାଦିକ ସମ୍ମିଳନୀ କରି ଖୋଲା ଆହ୍ୱାନ କରିଛନ୍ତି ଅପରାଜିତା ଷଡଙ୍ଗୀ । ଅପରାଜିତା କହିଛନ୍ତି, ମୋର ୫ବର୍ଷର କାମ କଥା ପଚାରୁଛନ୍ତି ମୁଖ୍ୟମନ୍ତ୍ରୀ । ଲିଙ୍ଗରାଜ ପ୍ରକଳ୍ପ କାର୍ଯ୍ୟ ବିରୋଧରେ ପ୍ରସଙ୍ଗ ଉଠୁଛି । ଯଦି ମୁଁ ଲିଙ୍ଗରାଜ ମନ୍ଦିର କାମକୁ କେଉଁଠି ବି ବିରୋଧ କରିଛି ତାହେଲେ ପ୍ରମାଣ ଦିଅନ୍ତୁ । ୪୮ ଘଣ୍ଟା ହୋଇଗଲାଣି ପ୍ରମାଣ ଦେଲେ ନାହିଁ । ସେ ଆହୁରି କହିଛନ୍ତି ୨୪ବର୍ଷର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଁ ୱାନ୍ ଟାଇମ୍ ସାଂସଦ, ମାତ୍ର ୫ବର୍ଷ ପାଇଁ ଭୁବନେଶ୍ୱରର ସାଂସଦ ଭାବେ ନିର୍ବାଚିତ ହୋଇଛି । ମୁଖ୍ୟମନ୍ତ୍ରୀ ମୋ ନାଁ ନେଇ ଟିପ୍ପଣୀ କରିଛନ୍ତି । ଏହା ମୋ ପାଇଁ ଖୁସିର କଥା । କିନ୍ତୁ ସବୁଠୁ ଦୁଖଃର କଥା ହେଉଛି, ମୁଖ୍ୟମନ୍ତ୍ରୀଙ୍କୁ ଯେଉଁ ସ୍କ୍ରିପ୍ଟ ଦିଆଗଲା ସେ କହିଦେଲେ । ଜାଣିପାରିଲେ ନାହିଁ କ’ଣ ପଢୁଛନ୍ତି । ଏହା ଶୁଣି ମୁଁ ମର୍ମାହତ । ବିଗତ ୫ବର୍ଷ ମଧ୍ୟରେ ଅହରହ ପରିଶ୍ରମ କରିଛି । ସମସ୍ତଙ୍କୁ ନେଇକି ଚାଲିଛି । ୨୪ଘଣ୍ଟା ମୋ କାର୍ଯ୍ୟାଳୟରେ କାମ କରିଛି । ଗାଁଠୁ ସହର ସବୁଠି ପରିଦର୍ଶନ କରି ସମସ୍ୟା ବୁଝିଛି । ପ୍ରତିବର୍ଷ ରିପୋର୍ଟ କାର୍ଡ ଦେଇଛି । କିନ୍ତୁ ଆଶ୍ଚର୍ଯ୍ୟର କଥା ମୁଖ୍ୟମନ୍ତ୍ରୀ ଏହି ରିପୋର୍ଟକୁ ପଢିନାହାନ୍ତି । ୫ବର୍ଷରେ ମୋର ୫ଟି ରିପୋର୍ଟ ପବ୍ଲିକ୍ ଡୋମେନରେ ଅଛି । ଯିଏ ଚାହିଁବେ ଦେଖିପାରିବେ । ବିଗତ ୫ବର୍ଷ ମଧ୍ୟରେ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ଯାହା ବି ବିକାଶ କରିଛି ତାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ବିତର୍କ କରିବା ପାଇଁ ନିବେଦନ କରିଛି । କିନ୍ତୁ ୪୮ଘଣ୍ଟା ବିତିଗଲାଣି କୌଣସି ଉତ୍ତର ମିଳିଲାନି । ମୁଖ୍ୟମନ୍ତ୍ରୀଙ୍କ ପ୍ରତି ମୋର ଅନେକ ସମ୍ମାନ ରହିଛି । କିନ୍ତୁ ମୁଁ ମର୍ମାହତ କି ସ୍କ୍ରିପ୍ଟ ପଢିବା ପୂର୍ବରୁ ଥରେ ବୁଝିନେଇଥିଲେ ଭଲ ହୋଇଥାନ୍ତା । ସୂଚନାଯୋଗ୍ୟ ଗତ କିଛିଦିନ ତଳେ, ଭିଡିଓ ବାର୍ତ୍ତା ମାଧ୍ୟମରେ ନବୀନ ଲିଙ୍ଗରାଜ ଆକ୍ଟକୁ ଅପରାଜିତା ବିରୋଧ କରିଥିବା ନେଇ ଅଭିଯୋଗ ଆଣିଥିଲେ । ତେବେ ଅଭିଯୋଗର ତଥ୍ୟ ଓ ପ୍ରମାଣ ସହ ସେବେ ସ୍ପଷ୍ଟୀକରଣ ରଖିଥିଲେ ଅପରାଜିତା । ଲିଙ୍ଗରାଜ ମନ୍ଦିର କାମକୁ କେବେବି ବିରୋଧ କରିନି ବୋଲି ସେ କହିଥିଲେ । Post navigation ଓଡ଼ିଶାରେ ଚାଲିଛି ମାଫିଆ ରାଜ: ଯୋଗୀ ଆଦିତ୍ୟନାଥ ବିଜେପିରେ ମିଶିଲେ ଜିତୁ ମିତ୍ର