ପୁଣି ନବୀନଙ୍କ ମିଛ ଭିଡିଓ ଅଭିଯୋଗ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଯେଉଁ ଭିଡିଓ ଜାରି କରୁଛି ତାକୁ ଡିପଫେକ ଭିଡିଓ ବୋଲି ସନ୍ଦେହ ପ୍ରକାଶ କରୁଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ା ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା। ସଂପୃକ୍ତ ଭିଡିଓର ସତ୍ୟତା ଉପରେ ସେ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ତାମିଲ କଣ୍ଢେଇନଚାଳି ପୁଣି ଏକ ଡିପ୍ ଫେକ୍ ଭିଡିଓ ପ୍ରସ୍ତୁତ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଡିପ୍ ଫେକ୍ ଭିଡିଓ କରି ଅପରଜିତକଙ୍କ ନାଆରେ ମିଛ ଅଭିଯୋଗ କରିଛନ୍ତି । ମୁଖ୍ୟମନ୍ତ୍ରୀ ତାଙ୍କ ଭର୍ଚୁଆଲ ଅବତାର କଥା ଜାଣୁଛନ୍ତି କି ନାହିଁ ସନ୍ଦେହ ହେଉଛି । ଏମିତି ମିଛ ଭିଡିଓକୁ ନେଇ ଦବି ନଯିବାକୁ ଅପରାଜିତାଙ୍କୁ ପରାମର୍ଶ ଦେଇଛନ୍ତି । ଏହା ସହ ଆପଣ ଜଣେ ଫାଇଟର୍ ଏହାକୁ ନେଇ ହତୋତ୍ସାହ ନହେବାକୁ ସେ ଅପରାଜିତାଙ୍କୁ କହିଛନ୍ତି । ସେ ଆହୁରି କହିଛନ୍ତି ତାଙ୍କ ଭର୍ଚୁଆଲ ଅବତାର କଥା ଜାଣୁଛନ୍ତି କି ନାହିଁ ସନ୍ଦେହ ହେଉଛି । ସୁଚନାମୂତବକ; ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଗତ ୫ ବର୍ଷ ମଧ୍ୟରେ କୌଣସି ବଡ଼ କାମ କରିନାହାନ୍ତି ବୋଲି ମୁଖ୍ୟମନ୍ତ୍ରୀ ଅଭିଯୋଗ କରିବାକୁ ଏକ ଭିଡିଓ ଜାରି ହୋଇଛି। ଯାହାକି ଏଆଇ ଦ୍ବାରା ପ୍ରସ୍ତୁତ ଡିପ ଫେକ୍ ଭିଡିଓ ବୋଲି ବୈଜୟନ୍ତ ଅନୁମାନ କରିଛନ୍ତି। ସେପଟେ ବୈଜୟନ୍ତଙ୍କ ପୋଷ୍ଟକୁ ନେଇ ବିଜେଡିର ପ୍ରତିକ୍ରିୟା ମିଳିପାରି ନାହିଁ । Post navigation ସୁନା କିଣିବା ପୁର୍ବରୁ ଜାଣି ନିଅନ୍ତୁ କଣ ରହିଛି ସୁନା ଦର କଂଟାମାଳ ୨ଟି ବୁଥରେ ହେବ ଆଉଥରେ ମତଦାନ