ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ଦଳର କେନ୍ଦ୍ରାପଡା ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ତାଙ୍କ ଆଖିରେ ଅସ୍ତ୍ରୋପଚାର ହୋଇଛି। ଏହି କାରଣରୁ ସେ କିଛି ଦିନ ପର୍ଯ୍ୟନ୍ତ ନିର୍ବାଚନ ପ୍ରଚାରରୁ ଦୂରେଇ ରହିବେ ବୋଲି ସୂଚନା ମିଳିଛି। ତାଙ୍କ ଆଖିରୋଗ ଅତ୍ୟନ୍ତ ଜଟିଳ ଥିବା ବେଳେ, ଯଦି ସେ ଆଜି ଅସ୍ତ୍ରୋପଚାର କରିନଥାନ୍ତେ, ତେବେ ହୁଏତ ତାଙ୍କ ଆଖିର ଦୃଷ୍ଟିଶକ୍ତି ସବୁଦିନ ପାଇଁ ଚାଲି ଯାଇଥାନ୍ତା।

 ବୈଜୟନ୍ତ ପଣ୍ତାଙ୍କ ନେତୃତ୍ୱରେ କେନ୍ଦ୍ରାପଡ଼ାରେ ପ୍ରଚାର ଜୋରଦାର ଚାଲିଥିଲା ହେଲେ ଏବେ କିଛି ଦିନ ଏଥିରେ ବ୍ୟାହତ ହେବାର ଆଶଙ୍କା କରାଯାଉଛି। ସମସ୍ତ ନିର୍ବାଚନ ମଣ୍ତଳୀରେ ଗସ୍ତ କରି ପ୍ରଚାର କରୁଥିଲେ ବୈଜୟନ୍ତ। ମୋଦି ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରାଇବା ସହ କାର୍ଯ୍ୟକତାମାନଙ୍କୁ ଗୁରୁମନ୍ତ୍ର ଦେଇ ସଂଗଠନ ଦୃଢ଼ କରୁଥିଲେ। ତେବେ ତାଙ୍କ ସମର୍ଥକ ଓ ପ୍ରିୟଜନ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି।

By Nirvay

Leave a Reply

Your email address will not be published. Required fields are marked *