ଭୁୁବନେଶ୍ୱର: ବରିଷ୍ଠ ବିଜେଡି ନେତା ଡାକ୍ତର ଦାମୋଦର ରାଉତ ଗୁରୁତର ହୋଇଛନ୍ତି । ତାଙ୍କ ବ୍ରେନ୍ ଡେଡ୍ ହୋଇଥିବାର ପୁଅ ସମ୍ବିତ ରାଉତରାୟ ସୂଚନା ଦେଇଛନ୍ତି । ଏବେ ଏକ ଘରୋଇ ହସ୍ପିଟାଲରେ ତାଙ୍କ ଚିକିତ୍ସା ଚାଲିଥିବା ନେଇ ଦେଲେ ସୂଚନା ।

ସୂଚନା ଅନୁଯାୟୀ ଦାମଙ୍କ ଅବସ୍ଥା ସଂକଟାପନ୍ନ ନେଇ ତାଙ୍କ ପୁଅ ସମ୍ବିତ ଗୁରୁତର ଅଭିଯୋଗ ଆଣିଛନ୍ତି। ସମ୍ବିତଙ୍କ ଅଭିଯୋଗ ନେଇ କ୍ୟାପିଟାଲ ହସ୍ପିଟାଲ ପକ୍ଷରୁ ଏବେ ଯାଏଁ କିଛି ପ୍ରତିକ୍ରିୟା ମିଳିନି। ତାଙ୍କ କହିବା ମୁତାବକ କ୍ୟାପିଟାଲ ହସ୍ପିଟାଲ ପାଇଁ ଏଭଳି ଅବସ୍ଥା ହୋଇଛି ତାଙ୍କ ବାପାଙ୍କ। ୧୮ ତାରିଖ ରାତିରେ ହାର୍ଟଆଟାକ୍‌ ହୋଇଥିଲା, ଘର ଲୋକ କ୍ୟାପିଟାଲ ହସ୍ପିଟାଲ ନେଇଥିଲେ। ରାତି ୩ଟାରେ ବାପାଙ୍କୁ ନେଇ କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚିଲୁ। କିନ୍ତୁ ବାରମ୍ବାର କହିବା ସତ୍ତ୍ବେ କ୍ୟାପିଟାଲ ହସ୍ପିଟାଲରେ ସିପିଆର୍‌ ଦେଇନଥିଲେ। ବାଧ୍ୟହୋଇ ସେଠାରୁ ତାଙ୍କୁ ଘରୋଇ ହସ୍ପିଟାଲ ନିଆହୋଇଥିଲା। ସେହି ଯିବା ଆସିବା ଭିତରେ କିଛି ସମୟ ଡେରି ହୋଇଯିବାରୁ ବ୍ରେନକୁ ଅକ୍ସିଜେନ୍‌ ଓ ବ୍ଲଡ୍‌ ଠିକ ଭାବେ ଗଲାନି। ତାପରେ ଘରୋଇ ହସ୍ପିଟାଲରେ ସିପିଆର୍‌ ଦେଲା ପରେ ହାର୍ଟ କାମ କରୁଛୁ କିନ୍ତୁ ବ୍ରେନ୍‌ ବହୁତ ଖରାପ ହୋଇଯାଇଛି।

By Nirvay

Leave a Reply

Your email address will not be published. Required fields are marked *